ବଜେଟ୍ ଅଧିବେଶନ ନେଇ ୧୨ରେ ମନ୍ତ୍ରୀ ପରିଷଦ ବୈଠକ
ବଜେଟ୍ ଅଧିବେଶନ ନେଇ ୧୨ରେ ମନ୍ତ୍ରୀ ପରିଷଦ ବୈଠକ
admin
Feb 6, 2021 - 07:47
Updated: Feb 6, 2021 - 07:47
ଭୁବନେଶ୍ୱର: ଚଳିତ ମାସ ୧୮ ରେ ବଜେଟ୍ ଅଧିବେଶନ । ଏହା ପୂର୍ବରୁ ରାଜ୍ୟ ସରକାରଙ୍କ ବଜେଟ ବ୍ୟବସ୍ଥା ନେଇ ମନ୍ତ୍ରୀ ପରିଷଦର ଅନୁମତି ନିଆଯିବ । ଏଥିଲାଗି ଚଳିତ ମାସ ୧୨ରେ ମନ୍ତ୍ରି ପରିଷଦ ବୈଠକ ବସିବ । ଏହାକୁ ନେଇ ଅର୍ଥ ବିଭାଗ ପକ୍ଷରୁ ତପôରତା ଦେଖାଦେଇଛି । ସୂଚନା ଅନୁସାରେ ଚଳିତ ବର୍ଷ ରାଜ୍ୟ ବଜେଟର ଆକାର ୧ ଲକ୍ଷ ୬୧ ହଜାର ୭୦୦ କୋଟିକୁ ବୃଦ୍ଧି କରାଯାଇଥିଲା, ହେଲେ କୋଭିଡ ମହାମାରୀ ପାଇଁ ଅଦ୍ୟାବଧି ବଜେଟର ୫୦ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇପାରିନାହିଁ । ସରକାରଙ୍କ ହାତରେ ଆଉ ୨ ମାସରୁ କମ ଅବଧି ରହିଛି । ଏହି ସମୟ ମଧ୍ୟରେ ସରକାର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । କୋଭିଡ ପାଇଁ ନିର୍ମାଣ ଓ ଭିତ୍ତିଭୂମି କାର୍ଯ୍ୟ ପଛେଇ ଯାଇଥିବାରୁ ସିଂହଭାଗ ଅର୍ଥ ଏବେ ଏହି ବାବଦରେ ଖର୍ଚ୍ଚ ହେବ । ଚଳିତ ବର୍ଷ ପୌର ନିର୍ବାଚନ ଓ ଆସନ୍ତାବର୍ଷ ପଞ୍ଚାୟତ ନିର୍ବାଚନ ରହିଛି । ଏହାକୁ ଦୃଷ୍ଟିରେ ରଖି କର୍ମଚାରୀଙ୍କ ଦରମା ବାବଦ ପ୍ରଶାସନିକ ଖର୍ଚ୍ଚକୁ ବାଦ ଦେଲେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ କରିବାକୁ ବଜେଟରେ ପ୍ରାଥମିକତା ଦିଆଯିବାର ସମ୍ଭାବନା ରହିଛି । ତେଣୁ ଆସନ୍ତା ଆର୍ଥିକବର୍ଷ ରାଜ୍ୟ ବଜେଟର ଆକାର ପ୍ରାୟ ୧ ଲକ୍ଷ ୭୫ ହଜାର କୋଟିକୁ ବୃଦ୍ଧି କରିବା ପାଇଁ ସରକାର ଉଦ୍ୟମ ଚଳାଇଥିବା ଜଣାଯାଇଛି ।