ବଡଦାଣ୍ଡରେ ୨ ପର୍ଯଟକଙ୍କୁ ଧକ୍କା ଦେଲା ପିକ୍‌ଅପ୍‌ ଭ୍ୟାନ୍‌

ବଡଦାଣ୍ଡରେ ୨ ପର୍ଯଟକଙ୍କୁ ଧକ୍କା ଦେଲା ପିକ୍‌ଅପ୍‌ ଭ୍ୟାନ୍‌

ବଡଦାଣ୍ଡରେ ୨ ପର୍ଯଟକଙ୍କୁ ଧକ୍କା ଦେଲା ପିକ୍‌ଅପ୍‌ ଭ୍ୟାନ୍‌

ପୁରୀ: ପୁରୀ ବଡଦାଣ୍ଡରେ ଘଟିଛି ଅଭାବନୀୟ ଘଟଣା। ଆଜି ସକାଳେ ପୁରୀ ରଥଖଳା ନିକଟରେ ଏକ ପିକଅପ୍‌ ଭ୍ୟାନ ୨ ପର୍ୟ୍ୟଟକଙ୍କୁ ଧକ୍କା ଦେଇ ନନ୍ଦିଘୋଷ ରଥରେ ପିଟି ହୋଇଛି। ଡ୍ରାଇଭରଙ୍କୁ ଫିଟସ୍ ମାରିବାରୁ ଭାରସାମ୍ୟ ହରାଇ ଗାଡ଼ିଟି ରଥରେ ପିଟି ହୋଇଯାଇଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ୨ ପର୍ୟ୍ୟଟକ ଆହତ ହୋଇଛନ୍ତି।

ଆଜି ସକାଳେ ପିକ୍‌ଅପ୍‌ ଭ୍ୟାନ୍‌ଟି ରଥଖଳା ଦେଇ ଯାଉଥିଲା। ଏହି ସମୟରେ ଡ୍ରାଇଭର ଅସିତଙ୍କୁ ଫିଟସ୍‌ ମାରିବାରୁ ଭାରସାମ୍ୟ ହରାଇ ଗାଡ଼ିଟି ୨ ପର୍ୟ୍ୟଟକଙ୍କୁ ଧକ୍କା ଦେଇଥିଲା। ସେମାନେ ହେଲେ ଵୈଜୟନ୍ତୀ ସାହୁ ଏବଂ ଗିରୀଶ ସାହୁ । ଉଭୟ ଏହି ଦୁର୍ଘଟଣାରେ ଆହତ ହୋଇଥିବା ବେଳେ ପୁରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ଦୁର୍ଘଟଣାରେ ନନ୍ଦିଘୋଷ ରଥର କ’ଣ କ୍ଷତି ହୋଇଛି ତାହା ଜଣାପଡ଼ିନି ।