ବଡ଼ ଧରଣର ଭୂମିକମ୍ପ ଅନୁଭୂତ

ବଡ଼ ଧରଣର ଭୂମିକମ୍ପ ଅନୁଭୂତ

ବଡ଼ ଧରଣର ଭୂମିକମ୍ପ ଅନୁଭୂତ
ନୂଆଦିଲ୍ଲୀ: ଉତ୍ତର ଭାରତରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ରାତି ୧୦ଟା ୩୧ ସମୟରେ ଦିଲ୍ଲୀ, ଜାମ୍ମୁ ଓ କାଶ୍ମୀର ଶ୍ରୀନଗର, ପଞ୍ଜାବର ଲୁଧିଆନା, ଉତ୍ତରପ୍ରଦେଶର ନୋଏଡ଼ା ଓ ହରିଆଣା ଆଦି ଅଞ୍ଚଳରେ କିଛି ସେକେଣ୍ଡ ପାଇଁ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍‌ରେ ଭୂମିକମ୍ପର ତୀବ୍ରତା ୬.୩ ରହିଛି । ଭୂମିକମ୍ପ ଯୋଗୁଁ ଘରଦ୍ୱାର ଥରି ଉଠିଥିଲା ଓ ଜିନିଷପତ୍ର ଖସି ପଡ଼ିଥିଲା । ଫଳରେ ଭୟରେ ଲୋକମାନେ ଘରଦ୍ୱାର ଛାଡ଼ି ବାହାରକୁ ବାହାରି ଆସିଥିଲେ । ଭାରତୀୟ ଜାତୀୟ ଭୂକମ୍ପ କେନ୍ଦ୍ରର ସୂଚନା ଅନୁସାରେ ତାଜିକିସ୍ତାନରେ ସ୍ଥଳଭାଗରୁ ୭୪ କିଲୋମିଟର ଭୂଗର୍ଭରେ ୬.୩ ମାଗ୍ନିଚ୍ୟୁଟ୍‌ର ଭୂମିକମ୍ପ ସୃଷ୍ଟି ହୋଇଥିଲା ।