ବର୍ଷା ଦିନରେ ଏପରି ନିଅନ୍ତୁ ଗର୍ଭବତୀ ମହିଳାଙ୍କ ଯତ୍ନ

ବର୍ଷା ଦିନରେ ଏପରି ନିଅନ୍ତୁ ଗର୍ଭବତୀ ମହିଳାଙ୍କ ଯତ୍ନ

ବର୍ଷା ଦିନରେ ଏପରି ନିଅନ୍ତୁ  ଗର୍ଭବତୀ ମହିଳାଙ୍କ ଯତ୍ନ

ଭୁବନେଶ୍ୱର: ଘରେ ଗର୍ଭବତୀ ମହିଳା ଟିଏ ଥିଲେ ସର୍ବଦା ଖୁସିର ଲହରୀ ଥାଏ । ଗର୍ଭବତୀ ମହିଳାଙ୍କର ସଠିକ ରୂପରେ ଧ୍ୟାନ ରଖିବା ନିହାତି ଆବଶ୍ୟକ । ତାଙ୍କର ଖାଦ୍ୟପେୟ ଓ ଶରୀରରେ ଦେଖାଯାଉଥିବା ପରିବର୍ତ୍ତନର ଖାସ ଖୟାଲ ରଖାଯିବା ଜରୁରୀ । କିନ୍ତୁ ବିଶେଷ କରି ଏହି ବର୍ଷାଦିନେ ଗର୍ଭବତୀଙ୍କୁ ନିଜ ସହିତ ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟରକ୍ଷା ନିମନ୍ତେ କେତେକ ଦିଗ ପ୍ରତି ସଚେତନ ରହିବା ଆବଶ୍ୟକ । ଜାଣି ରଖନ୍ତୁ ସେ ସମ୍ପର୍କରେ....

- ବର୍ଷାରେ ଅନେକେ ଥଣ୍ଡା ଲାଗୁଥିବାରୁ ଭଲ ଭାବେ ଗାଧାନ୍ତି ନାହିଁ । ହେଲେ ଗର୍ଭବତୀ ମହିଳା ମାନେ ଏଥିପ୍ରତି ଅଧିକ ସଚେତନ ରହିବା ଆବଶ୍ୟକ ।  ପ୍ରତିଦିନ ଗାଧେଇଲେ ଚର୍ମ ପରିଷ୍କାର ହୁଏ ଓ କୌଣସି ଜୀବାଣୁ ଚର୍ମ ଭିତରକୁ ଯାଇପାରେ ନାହିଁ । କୌଣସି କାରଣରୁ ବାହାରେ ବର୍ଷାରେ ଭିଜିଗଲେ ନିଜ ଶରୀରକୁ ଟାୱେଲରେ ପୋଛି ଶୁଖିଲା କରିବା ପରେ ଉଷୁମ ପାଣିରେ ଗାଧୋଇବା ଦ୍ୱାରା ସଂକ୍ରମଣ ହୋଇ ନ ଥାଏ ।

- କେବଳ ସ୍ନାନ, ଶୌଚ ଠିକ୍ ଭାବେ କରିବା ନୁହେଁ ନଖକାଟିବା, ରାନ୍ଧିବା ଓ ଖାଇବା ଆଗରୁ ହ୍ୟାଣ୍ଡୱାଶ୍ ଲଗାଇ ହାତ ଧୋଇବା ଆବଶ୍ୟକ । ଯାହାକି ନିଜ ସହ ଗର୍ଭସ୍ତ ଶିଶୁକୁ ବି ନିରୋଗ ରଖିଥାଏ ।

- ସେହିପରି ନିଜର ଘରଦ୍ୱାର ଓ ଆଖପାଖ ସ୍ଥାନ ମଧ୍ୟ ପରିଷ୍କାର ରଖନ୍ତୁ । କାର୍ବୋଲିକ୍ ସାବୁନର ଦ୍ରବଣରେ ଘରଦ୍ୱାର ପୋଛି ସଫା କରିବା ଦ୍ୱାରା ଜୀବାଣୁମୁକ୍ତ ରହିଥାଏ ।

- ବିଛଣା ଚଦର ଓ ତଉଲିଆ ଆଦି ସଫା ରଖିବା ଆବଶ୍ୟକ  । ମ୍ୟାଲେରିଆ ଓ ଡେଙ୍ଗୁ ରୋଗରୁ ରକ୍ଷା ପାଇଁ ମଶାରୀ ଟାଣବା ସହ ଆବଶ୍ୟକ ସ୍ଥଳେ ମଶାଧୂପ ଓ ମଶାକ୍ରୀମ ବ୍ୟବହାର କରିପାରିବେ ।