ବାରହା ଶିକାର ପାଇଁ ବିଛାଇ ଥିବା ବିଦୁ୍ୟତ ତାର ଆଘାତରେ ନିଜେ ଶିକାରୀ ମୃତୁ୍ୟବରଣ

ବାରହା ଶିକାର ପାଇଁ ବିଛାଇ ଥିବା ବିଦୁ୍ୟତ ତାର ଆଘାତରେ ନିଜେ ଶିକାରୀ ମୃତୁ୍ୟବରଣ

ବାରହା ଶିକାର ପାଇଁ ବିଛାଇ ଥିବା ବିଦୁ୍ୟତ ତାର ଆଘାତରେ ନିଜେ ଶିକାରୀ ମୃତୁ୍ୟବରଣ
ଦେବଗଡ଼: କଥାରେ ଅଛି ଅନ୍ୟ ପାଇଁ ଖାଲ ଖୋଳିଲେ ବେଳେ ବେଳେ ନିଜକୁ ବି ସେହି ଖାଲରେ ପଡ଼ିବାକୁ ପଡେ଼ । ଏଭଳି ଉକ୍ତିର ଯଥାର୍ଥତା ପ୍ରତାପାଦିତ ହୋଇଛି । ବାରହା ଶିକାର ପାଇଁ ବିଛାଇ ଥିବା ବିଦୁ୍ୟତ ଆଘାତରେ ନିଜେ ଶିକାରୀ ମୃତୁ୍ୟବରଣ କରିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ଦେବଗଡ଼ର ରିଆମାଳ ବନାଞ୍ଚଳ ଶ୍ୟାମପାଲୀ ଝରାନାଳୀ ଗ୍ରାମରେ ଏହି ଅଘଟଣ ଘଟିଛି । ମୃତ ଯୁବକ ଜଣକ ହେଲେ ଝରାନାଳୀ ଗ୍ରାମର ପ୍ରଦୀପ ପ୍ରଧାନ । ଏନେଇ ବନ ବିଭାଗ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ପ୍ରକାଶ ଯେ, ପ୍ରଦୀପ ବାରହା ଶିକାର ପାଇଁ ବିଦୁ୍ୟତ ତାର ବିଛାଇ ସେଥିରେ ବିଦୁ୍ୟତ ସଂଯୋଗ କରିଥିଲେ । ତେବେ ଅସାବଧାନତାବଶତଃ ସେ ବିଦୁ୍ୟତ ତାର ସଂସ୍ପର୍ଶରେ ଆସିଯାଇଥିବା କୁହାଯାଉଛି ।