ବିଜେଡି 249, ବିଜେପି 32, କଂଗ୍ରେସ 13

ବିଜେଡି 249, ବିଜେପି 32, କଂଗ୍ରେସ 13

ବିଜେଡି 249, ବିଜେପି 32, କଂଗ୍ରେସ 13

ଭୁବନେଶ୍ୱର : ଯାହା ଅନୁମାନ କରାଯାଉଥିଲା ସେଇଆ ହିଁ ହେଲା  । ପଂଚାୟତ ନିର୍ବାଚନ ଭୋଟ ଗଣତି ଆରମ୍ଭ ହୋଇଥିବାବେଳେ ପ୍ରାରମ୍ଭିକ ରାଉଣ୍ଡରେ ବିଜୁ ଜନତା ଦଳ ଆଗରେ ରହିଛି  । ଏଯାବତ ଯେତିକି ଆସନର ପ୍ରାରମ୍ଭିକ ଟ୍ରେଣ୍ଡ ଆସିଛି ସେଥିରେ ବିଜୁ ଜନତା ଦଳ ଏକପାଖିଆ ଭାବେ ଆଗୁଆ ରହିଛି  । ଏଯାବତ ବିଜେଡ଼ି 249

ଆସନରେ ଆଗୁଆ ଥିବାବେଳେ ବିଜେପି 32 ଓ କଂଗ୍ରେସ 13 ଆସନରେ ଆଗୁଆ ରହିଛି । ଗତ ପଂଚାୟତ ନିର୍ବାଚନ ତୁଳନାରେ ବିଜେପି ଚରମ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି  ।

ବହୁ ପ୍ରତୀକ୍ଷିତ ପଂଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଫଳ ଆଜି ପ୍ରକାଶ ପାଇଛି  । ତିନିଦିନ ଧରି ଗଣିତ ହେବାକୁ ଥିବା ପଂଚାୟତ ନିର୍ବାଚନର ଆଜି ହେଉଛି ପ୍ରଥମ ଗଣତି । ଜିଲ୍ଲା ପରିଷଦ ଜୋନ ୱାରୀ ଭୋଟ ଗଣତି ଜାରି ରହିଛି  । ପ୍ରଥମେ ୱାଡର଼୍ମେମ୍ବର, ପରେ ସରଂପଚ, ସମିତିସଭ୍ୟ ଓ ଜିଲ୍ଲା ପରିଷଦ ଭୋଟ ଗଣତି କରାଯାଉଛି  ।

ଆଜି ୩୫୧ ଜିଲ୍ଳା ପରିଷଦ ଜୋନ ପାଇଁ ଗଣତି ହେବାର ଥିବାବେଳେ ଆସନ୍ତାକାଲି ୩୦୭ ଜୋନରେ ଗଣତି କରାଯିବ  । ଅପରପକ୍ଷରେ ୨୮ରେ ୨୨୯ ଜିଲ୍ଲା ପରିଷଦ ଜୋନରେ ଗଣତି ହେବବୋଲି ଜଣାପଡ଼ିଛି  । 

ଷ୍ଟ୍ରଙ୍ଗରୁମରୁ ବାଲାଟ ବକ୍ସକୁ କଡ଼ା ସୁରକ୍ଷା ବଳୟରେ ଭୋଟ ଗଣତି କେନ୍ଦ୍ରକୁ ନିଆଯାଇଛି  । ସେଠାରେ ଏଜେଂଟମାନଙ୍କ ଉପସ୍ଥିତିରେ ବାଲାଟ ବକ୍ସ ଖୋଲାଯାଇଥିଲା  । ବାଲାଟ ବକ୍ସରେ ଥିବା ଭୋଟ କାଗଜଗୁଡ଼ିକୁ ରଙ୍ଗ ଅନୁସାରେ ସଜଡ଼ା ଯାଇ ଗଣତି ଆରମ୍ଭ ହୋଇଯାଇଛି  । ଗୋଟିଏ ଟେବୁଲରେ ଜଣେ କାଉଂଟିଂ ସୁପରଭାଇଜର, ଦୁଇଜଣ ଆସିଷ୍ଟାଂଟ କାଉଂଟିଂ ଅଫିସର ଓ ଜଣେ ଗ୍ରୁପ ଡ଼ି କର୍ମଚାରୀ ରହିଛନ୍ତି  ।