ବିଜେପିରେ ମିଶିଲେ ବିଧାୟକ କେ. ନାରାୟଣ ରାଓ

ବିଜେପିରେ ମିଶିଲେ ବିଧାୟକ କେ. ନାରାୟଣ ରାଓ

ଭୁବନେଶ୍ୱର: ବିଜେପିରେ ମିଶିଲେ ପାରଳାଖେମୁଣ୍ଡି ପୂର୍ବତନ ବିଧାୟକ କେ. ନାରାୟଣ ରାଓ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି । ପ୍ରକାଶ ଯେ, ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ ବିଜୁ ଜନତା ଦଳରୁ ଟିକେଟ ନମିଳିବାରୁ ପୂର୍ବତନ ବିଧାୟକ କେ. ନାରାୟଣ ରାଓ ଦଳରୁ ଗତକାଲି ଇସ୍ତଫା ଦେଇଥିଲେ । ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଅଧୀନରେ ଥିବା ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ ବିଜେଡି କଲ୍ୟାଣୀ ଗଜପତିଙ୍କୁ ଟିକେଟ ଦେଇଛି । ବିଜେପିର ଯୋଗଦେବା ପରେ ପ୍ରତିକ୍ରିୟା ରଖିଛନ୍ତି କେ. ନାରାୟଣ ରାଓ । ସେ କହିଛନ୍ତି ୨୦ ବର୍ଷ ଧରି ବିଜେଡି ପାଇଁ ସଙ୍ଗଠନ କରୁଥିଲି । ହେଲେ ଦଳ ଅଣଦେଖା କରି ଟିକେଟ ଦେଲାନାହିଁ । ସେଥିପାଇଁ ସେ ବିଜେଡି ଦଳ ଛାଡି ପ୍ରଧାନମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ମିଶିଛନ୍ତି । ବିଜେପି ଟିକେଟ ଦେଲେ ଲଢିବି ଏବଂ ଜିତିବି ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।