ବିଜେପିରେ ଯୋଗ ଦେଲେ ଖୁସବୁ

ବିଜେପିରେ ଯୋଗ ଦେଲେ ଖୁସବୁ

ବିଜେପିରେ ଯୋଗ ଦେଲେ ଖୁସବୁ
ଚେନ୍ନାଇ : ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଛନ୍ତି ଖୁସବୁ ସୁନ୍ଦର । ସୋମବାର କଂଗ୍ରେସେରୁ ଇସ୍ତଫା ଦେବା ସହିତ ବିଜେପିରେ ଯୋଗ ଦେଇଛନ୍ତି ଖୁସବୁ । ଅଭିନେତ୍ରୀରୁ ରାଜନେତା ବନିଥିବା ଖୁସବୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଜେପ ନଡ୍ଡା, ତାମିଲନାଡୁ ରାଜ୍ୟ ସଭାପତି ଏଲ ମୁରୁଗନ ଏବଂ ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଥିଲେ । ଖୁସବୁ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିବା ପରେ କଂଗ୍ରେସ ପକ୍ଷରୁ ରାଷ୍ଟ୍ରୀୟ ମୁଖପାତ୍ର ପଦରୁ ତାଙ୍କୁ ହଟାଯାଇଥିଲା । ଦଳର କିଛି ଶୀର୍ଷସ୍ତରୀୟ ନେତା ଏକ ଛତ୍ରବାଦ ଚଳାଇଥିବା ନେଇ ଖୁସବୁ ନିଜର ଇସ୍ତଫାପତ୍ରରେ ଉଲ୍ଲେଖ କରିଥିଲେ । ତଳସ୍ତରର ବାସ୍ତବତାକୁ ଉପଲବ୍ଧି ନକରି ନିଷ୍ପତ୍ତି ଗ୍ରହଣ କରାଯାଉଥିବା ପ୍ରତିବାଦରେ ଖୁସବୁ ଦଳ ଛାଡିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଖୁସବୁ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜାତୀୟ ଶିକ୍ଷାନୀତିକୁ ବିରୋଧ କରାଯାଉଥିବା ବେଳେ ଖୁସବୁ ଏହାର ସମର୍ଥନରେ ମତ ରଖିଥିଲେ । ତେବେ ଜନତାଙ୍କ ସେବା କରିବା ପାଇଁ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ସୁଯୋଗ କାରଣରୁ ସେ ଦଳ ନିକଟରେ କୃତଜ୍ଞ ବୋଲି ଖୁସବୁ ମତ ଦେଇଥିଲେ ।