ବିଜେପୁର ହତ୍ୟାକାଣ୍ଡରେ ବିଜେଡିର ସଂପୃକ୍ତି ଅଛି: ବିଜେପି

ବିଜେପୁର ହତ୍ୟାକାଣ୍ଡରେ ବିଜେଡିର ସଂପୃକ୍ତି ଅଛି: ବିଜେପି

ବିଜେପୁର ହତ୍ୟାକାଣ୍ଡରେ ବିଜେଡିର ସଂପୃକ୍ତି ଅଛି: ବିଜେପି
ଭୁବନେଶ୍ୱର : ବିଜେପୁର ଉପନିର୍ବାଚନକୁ ଆଉ କିଛି ଦିନ ବାକି ଥିଲା ବେଳେ ବିଜେଡି ଗୁଣ୍ଡାମାନେ ନିର୍ବାଚନ ଜିତିବାକୁ ଲୋକମାନଙ୍କୁ ଭୟଭୀତ କରାଇବା ଆରମ୍ଭ କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ଦୁଇ ଦିନ ତଳେ ସ୍ୱଚ୍ଛ ଭାରତ ମିସନର ବିଜେପୁର ବ୍ଲକ୍ ସଂଯୋଜକ ତାରେଣୀସେନ ମହଲାଙ୍କ ହତ୍ୟା ଘଟଣାରେ ବିଜେଡିର ସଂପୃକ୍ତି ରହିଛି ବୋଲି ବିଜେପି ସିଧାସଳଖ ଆରୋପ ଲଗାଇଛି । ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସ୍ଥାନ ଦେବା ପାଇଁ ଦାବି କରୁଥିବା ମୁଖ୍ୟମନ୍ତ୍ରୀଙ୍କ ଦଳ ବିଜେପୁରରେ ଗଣହତ୍ୟା କରୁଛି ବୋଲି ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଲେ, ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଅହିଂସା କଥା କହୁଥିବା ବେଳେ ଅନ୍ୟ ପଟେ ତାଙ୍କ ଦଳର ନେତାଙ୍କ ନିଦେ୍ର୍ଧଶରେ କର୍ମୀମାନେ ରାଜନୈତିକ ହିଂସା କରି ଭୋଟ୍ ହାତେଇବାକୁ ଅପଚେଷ୍ଟା କରୁଛନ୍ତି । ମିଥ୍ୟା ବିଲ୍କୁ ପାସ୍ ନ କରିବାରୁ ତାରେଣୀସେନ୍ଙ୍କୁ ହତ୍ୟା କରାଗଲା । ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ସ୍ୱର ଉଠାଇଲେ ମୃତୁ୍ୟଦଣ୍ଡ ମିଳୁଛି । ଯେଉଁ ହତ୍ୟାକାରୀମାନଙ୍କୁ ଏସ୍ପି ଠିକାଦାର ବୋଲି ଗଣମାଧ୍ୟମରେ କହିଲେ, ସେମାନେ ବିଜୁ ଯୁବ ବାହିନୀର ସଦସ୍ୟ ନୁହନ୍ତି କି ? ମୁଖ୍ୟମନ୍ତ୍ରୀ "୫ ଟି'ର ଡିଣ୍ଡିମ ପିଟୁଥିଲା ବେଳେ ଏଠି କେଉଁ ଟ୍ରାନ୍ସପରେନ୍ସି କାର୍ଯ୍ୟ କଲା ? ତାରେଣୀସେନ ମହଲାଙ୍କ ପରିବାରକୁ ବରଗଡ଼ର ସାଂସଦ ସୁରେଶ ପୂଜାରୀ ଭେଟିଛନ୍ତି । କିନ୍ତୁ ସରକାରୀ ଦଳର କେହି ଯାଇ ନାହାନ୍ତି । ରାଜ୍ୟ ସରକାର ସଚ୍ଚୋଟ କର୍ମଚାରୀଙ୍କୁ କିପରି ସୁରକ୍ଷା ପ୍ରଦାନ କରୁଛନ୍ତି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ଦୋଷୀମାନଙ୍କୁ ଫାଶୀ ଦଣ୍ଡ ଦିଆଯିବା ସହ ପତ୍ନୀଙ୍କୁ ଚାକିରି ଓ ପରିବାରକୁ ୨୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବା ପାଇଁ ବିଜେପି ଦାବି କରିଛି ।