କାଳିଆ ଓ ପିଏମ କିଷାନ ମିଶ୍ରଣ ନେଇ କୃଷିମନ୍ତ୍ରୀଙ୍କ ଉତ୍ତର

କାଳିଆ ଓ ପିଏମ କିଷାନ ମିଶ୍ରଣ ନେଇ କୃଷିମନ୍ତ୍ରୀଙ୍କ ଉତ୍ତର

କାଳିଆ ଓ ପିଏମ କିଷାନ ମିଶ୍ରଣ ନେଇ କୃଷିମନ୍ତ୍ରୀଙ୍କ ଉତ୍ତର
କାଳିଆ ଓ ପିଏମ କିଷାନ ଯୋଜନାର ମିଶ୍ରଣ ସମ୍ପର୍କରେ ଆଜି ବିଧାନସଭାରେ କୃଷି ମନ୍ତ୍ରୀ ଅରୁଣ ସାହୁ ନିଜର ଉତ୍ତର ରଖିଛନ୍ତି । ସେ କହିଛନ୍ତି ଯେ, କାଳିଆକୁ କେନ୍ଦ୍ରୀୟ ଯୋଜନାର ସାମିଲ କରିବା ପ୍ରସ୍ତାବ ନାହିଁ । ତେବେ ପିଏମ କିଷାନ ଓ କାଳିଆକୁ ମିଶାଇ ୧୦ ହଜାର ମିଳିବ । ପିଏମ କିଷାନରେ ୬ ହଜାର ସହ ଆଉ ୪ ହଜାର କାଳିଆରେ ମିଳିବ । ପିଏମ କିଷାନରେ ୩ଟି କିସ୍ତିରେ ଚାଷୀ ୬ ହଜାର ଟଙ୍କା ପାଇବେ । ୬ ହଜାର ପାଇଥିବା ଚାଷୀଙ୍କୁ କାଳିଆ ଯୋଜନାରେ ଆଉ ୪ ହଜାର ଟଙ୍କା ମିଳିବ । ଅନ୍ୟପକ୍ଷରେ କାଳିଆ ଅଯୋଗ୍ୟ ହିତାଧିôକାରୀ ନେଇ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ, ଏଯାବତ ୪୫,୯୬୫ ଜଣ ହିତାଧିକାରୀ ଅଯୋଗ୍ୟ ଚିହ୍ନଟ ହୋଇଛନ୍ତି । ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ସହାୟତା ରାଶି ଫେରସ୍ତ ପାଇଁ ଉଚିତ ପଦକ୍ଷେପ ନିଆଯାଉଛି । ସେମାନଙ୍କ ମଧ୍ୟରୁ ୧୮୬୩ ଜଣ ଅଯୋଗ୍ୟ ହିତାଧିକାରୀ ଟଙ୍କା ଫେରାଇଛନ୍ତି ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।