ବିଧାନସଭା ପାଇଁ ଚାରି ପଟ ରାସ୍ତା ସିଲ

ବିଧାନସଭା ପାଇଁ ଚାରି ପଟ ରାସ୍ତା ସିଲ

ବିଧାନସଭା ପାଇଁ ଚାରି ପଟ ରାସ୍ତା ସିଲ
ଭୁବନେଶ୍ୱର: ଗୁରୁବାର ଠାରୁ ଷୋଡ଼ଶ ବିଧାନସଭାର ଷଷ୍ଠ ଅଧିବେଶନ ଆରମ୍ଭ ହୋଇଛି । ଆଜି ଠାରୁ ବଜେଟ ଅଧିବେଶନ ଆରମ୍ଭ ହୋଇଛି । ତେବେ ବଜେଟ ଅଧିବେଶନ ପାଇଁ ବିଧାନସଭାର ଚାରିପଟ ରାସ୍ତାକୁ ସିଲ କରାଯାଇଛି । କାରଣ ପୁଲିସ ବିଧାନସଭା ଆଗରେ ଆତ୍ମଦାହ ଉଦ୍ୟମର ଭୟ ଘାରିଛି । ଅନ୍ୟପକ୍ଷରେ ରାସ୍ତା ସିଲ କରାଯିବା ଯୋଗୁଁ ରାଜଧାନୀର ବିଭିନ୍ନ ରାସ୍ତାରେ ଟ୍ରାଫିସ ସମସ୍ୟା ସୃଷ୍ଟି ହୋଇଛି । ଏହା ଦ୍ୱାରା ଗମନାଗମନରେ ଅସୁବିଧା ସୃଷ୍ଟି ହୋଇଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ସୃଷ୍ଟି ହୋଇଛି । ପ୍ରକାଶ ଯେ, ପ୍ରକାଶ ଯେ, ଗତବର୍ଷ ନଭେମ୍ବର ୨୪ ତାରିଖରେ ଆତ୍ମାହୁତି ଅଭିଯାନର ଆରମ୍ଭ ହୋଇଥିଲା । ନୟାଗଡ଼ ସଦର ଥାନା ଯଦୁପୁର ଗାଁର ଅଶୋକ ସାହୁ ଓ ତାଙ୍କ ସ୍ତ୍ରୀ ସୌଦାମିନୀ ସାହୁ ତାଙ୍କ କୁନି ଝିଅ ପରୀ ହତ୍ୟାକାଣ୍ଡକୁ ନେଇ ବିଧାନସଭା ସାମ୍ନାରେ କିରାସିନି ଢ଼ାଳି ହୋଇ ନିଆଁ ଲଗାଇବାକୁ ଚେଷ୍ଟା କରିଥିଲେ । ସେହି ମାସ ୨୭ରେ ଆଠଗଡ଼ ଅଞ୍ଚଳର ଗୁରୁଡି଼ଘାଟିଆ ପ୍ରସାଦ ନାୟକ, କୈଳାସ ନାୟକ, କବିଚନ୍ଦ୍ର ବାରିକ୍‌ ନାମକ ୩ ଚାଷୀ ଆତ୍ମାହୁତି ଉଦ୍ୟମ କରିଥିଲେ । ଆଠଗଡ଼ କୋ-ଅପରେଟିଭ୍‌ ବ୍ୟାଙ୍କର ସମବାୟ ଋଣର ଜାଲିଆତି ଛନ୍ଦି ହୋଇଥିବା ଅଭିଯୋଗ ଆଣିଥିଲେ । ତା’ ପରଦିନ ଜଗତସିଂହପୁର କୁଙ୍ଗଜ ଅଞ୍ଚଳବାସୀ ସୁବ୍ରତ ଦାସ ଓ ତାଙ୍କ ମାସୁଲଚନା ଦାସ ଆଇଜି ପାର୍କ ପଛ ପାଶ୍ୱର୍ରେ ଆତ୍ମାହୁତି ଦେବାକୁ ଚେଷ୍ଟା କରିଥିଲେ ।