ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ

ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ

ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ
ଭୁବନେଶ୍ୱର: ଗୁରୁବାର ଠାରୁ ଷୋଡ଼ଶ ବିଧାନସଭାର ଷଷ୍ଠ ଅଧିବେଶନ ଆରମ୍ଭ ହୋଇଛି । ଆଜି ଠାରୁ ବଜେଟ ଅଧିବେଶନ ଆରମ୍ଭ ହୋଇଛି । ଅଧିବେଶନ ଆରମ୍ଭରୁ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଜର ଅଭିଭାଷଣ ରଖିଛନ୍ତି । ଏହି ଅବସରରେ ରାଜ୍ୟପାଳ ପ୍ରଥମେ ଦିବଂଗତ ପୂର୍ବତନ ବିଧାୟକଙ୍କ ବିୟୋଗରେ ରାଜ୍ୟପାଳ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଏହାଛଡ଼ା ସହିଦ ଯବାନ ଓ କୋଭିଡ ଯୋଦ୍ଧାଙ୍କ ଉଦେ୍ଧଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଏହି ଅବସରରେ ରାଜ୍ୟପାଳ କରୋନା ନିୟନ୍ତ୍ରଣରେ ରାଜ୍ୟ ସରକାରଙ୍କ ଭୂମିକା ପ୍ରଶଂସନୀୟ ବୋଲି କହିଥିଲେ । ରାଜ୍ୟପାଳ ଆଉ କ’ଣ କ’ଣ କହିଛନ୍ତି ଆସନ୍ତୁ ଜାଣିବା: ୧-ଜନସ୍ୱାସ୍ଥ୍ୟ ଓ ପାନୀୟ ଜଳ ସମସ୍ୟା ଦୂର ଉପରେ ସର୍ବାଧିକ ଗୁରୁତ୍ୱ ୨- ନିରାଶ୍ରୟ, ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ନିରାପତ୍ତା ଲାଗି ସରକାର ପ୍ରତିଶ୍ରୁତିବନ୍ଧ ୩- ତୃଣମୂଳସ୍ତରରୁ ଖେଳାଳିଙ୍କୁ ପ୍ରୋତ୍ସାହନ ଦେବା ସରକାରଙ୍କ ଉଦେ୍ଧଶ୍ୟ ୪- ସୁନ୍ଦରଗଡ଼ରେ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ ପ୍ରତିଷ୍ଠା କରାଯିବ ୫- ୨୦୨୦ରେ ରାଜ୍ୟରେ ଆଇନଶୃଙ୍ଖଳା ଶାନ୍ତିପୂର୍ଣ୍ଣ ଥିଲା ୬- ପୁଲିସର ତ୍ୱରିତ ପଦକ୍ଷେପ ପାଇଁ ବଡ଼ଧରଣର ଆଇନଶୃଙ୍ଖଳା ଉପୁଜିନି ୭- ୨୦୨୧ ଜାନୁଆରୀ ଶେଷ ସୁଦ୍ଧା ୩୮,୭୬୦ କୋଟିର ରାଜସ୍ୱ ଆଦାୟ ୮- ବିଗତ ବର୍ଷ ତୁଳନାରେ ଚଳିତ ବର୍ଷ ୭.୩% ଅଧିକ ରାଜସ୍ୱ ଆଦାୟ ହୋଇଛି ୯-ରାଜ୍ୟର ଆପତକାଳୀନ ପାଣ୍ଠି ୨ ହଜାର କୋଟି ଟଙ୍କାକୁ ବୃଦ୍ଧି ହୋଇଛି । ୧୦-ଜଳ ସଂରକ୍ଷଣ ପାଇଁ ୫ ବର୍ଷରେ ୧୧,୭୦୦କୋଟି ଖର୍ଚ୍ଚ ଯୋଜନା ୧୧- କରୋନା ବେଳେ ଅଙ୍ଗନବାଡ଼ି ଦ୍ୱାରା ପୁଷ୍ଟିସାଧନ ହୋଇଛି ୧୨-ବିଜୁ ଶିଶୁ ସୁରକ୍ଷା-୨୦୨୦ ପରିବର୍ଦ୍ଧିତ ହେବ ୧୩- ସହରାଞ୍ଚଳରେ ପାନୀୟ ଜଳ ଯୋଗାଣରେ ସରକାର ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ୧୪- କରୋନା ମହାମାରୀ ସତ୍ତ୍ୱେ ପିଲାଙ୍କ ପାଠପଢା ବ୍ୟାହତ ହୋଇନି ୧୫-ଶିକ୍ଷା ସଂଯୋଗ, ଦୀକ୍ଷା ଆପ ଓ ଶିକ୍ଷା ଦର୍ପଣ ପଦ୍ଧତି ଅବଲମ୍ବନ କରାଯାଇଛି ୧୬-ଷ୍ଟାର୍ଟ ଅପର ଉନ୍ନତି ପାଇଁ ଷ୍ଟାଟ-ଅପ ଓଡ଼ିଶା ଉପକ୍ରମ ଆରମ୍ଭ ହୋଇଛି ୧୭- ହସ୍ତତନ୍ତ ଶିଳ୍ପର ବିକାଶ ପାଇଁ ୫୨ କୋଟି ଟଙ୍କା ଯୋଗାଯାଇଛି