ବିଧାନସଭାରେ ଆତ୍ମାହୂତି ଧମକ ଦେଲେ କୁସୁମ ଟେଟେ

ବିଧାନସଭାରେ ଆତ୍ମାହୂତି ଧମକ ଦେଲେ କୁସୁମ ଟେଟେ

ବିଧାନସଭାରେ ଆତ୍ମାହୂତି ଧମକ ଦେଲେ କୁସୁମ ଟେଟେ
ସୁନ୍ଦରଗଡ଼: ସୁନ୍ଦରଗଡ଼ର ଚାଷୀଙ୍କ ଧାନ ଉଠୁନି । ଶହ ଶହ ଚାଷୀଙ୍କ ଧାନ କିଣା ଯାଉ ନଥିବା ବେଳେ ମଣ୍ଡିଗୁଡ଼ିକରେ ଦଲାଲି ଚାଲୁଛି । ଏହିଭଳି ଅଭିଯୋଗ ଆଣିବା ସହିତ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଆସନ୍ତା ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ସେ ଆତ୍ମାହୂତି କରିବେ ଧମକ ଦେଇଛନ୍ତି । ଦଲାଲିକୁ ନେଇ ଚର୍ଚ୍ଚାରେ ଥିବା ମହୁଲପାଲି ଲ୍ୟାମ୍ପସରେ ୫୦ ରୁ ଅଧିକ ଚାଷୀଙ୍କ ଧାନ ସଂଗ୍ରହ ପାଇଁ ମନା କରିଦେବା ପରେ ସେମାନେ ବିଧାୟିକାଙ୍କୁ ଭେଟି ଅଭିଯୋଗ କରିଥିଲେ । ଏପରି ଧାନ ନେଇ ବିଧାୟିକାଙ୍କ ଘର ଆଗରେ ଗଦା କରିବେ ବୋଲି କହିଥିଲେ । ଯାହାକୁ ନେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ବିରୋଧରେ ବିଷୋଦଗାର କରିଥିଲେ ବିଧାୟିକା କୁସୁମ । ଏବଂ ଆସନ୍ତା ୧୨ ରେ ହେବାକୁ ଥିବା ବିଧାନସଭାରେ ଏ ପ୍ରସଙ୍ଗ ଉଠାଇ ଆତ୍ମାହୁତି ଦେବେ ବୋଲି ସେ ଚେତାବନୀ ଦେଇଥିଲେ ।