ବିମାନ ଚଳାଚଳ ମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ବିମାନ ଚଳାଚଳ ମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ବିମାନ ଚଳାଚଳ ମନ୍ତ୍ରୀଙ୍କୁ  ନବୀନଙ୍କ ଚିଠି
ଭୁବନେଶ୍ବର: କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଚିଠି ଲେଖିଛନ୍ତି ନବୀନ ପଟ୍ଟନାୟକ। ଭୁବନେଶ୍ବରରୁ ଦୁବାଇକୁ ସିଧାସଳଖ ବିମାନ ଚଳାଚଳ ପାଇଁ ଦାବି କରିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିପାଇଁ ସେ ଏୟାର ଇଣ୍ଡିଆ କିମ୍ବା ଅନ୍ୟ ବିମାନ ଉଡ଼ାଣ ପାଇଁ ହସ୍ତକ୍ଷେପ ଲୋଡିଛନ୍ତି। ଚିଠିରେ ନବୀନ ଉ‌ଲ୍ଲେଖ କରିଛନ୍ତି ଯେ, ପର୍ଯ୍ୟଟନ ଓ ଶିଳ୍ପ କ୍ଷେତ୍ରରେ ସିଧାସଳଖ ବିମାନ ସେବା ବେଶ ସହାୟକ ହେବ। ଏବେ ଦୁବାଇରେ ଯାତ୍ରା ପାଇଁ ଅଧିକ ସମୟ ଓ ଅର୍ଥ ଖର୍ଚ୍ଚ ହେଉଥିବାରୁ ସିଧାସଳଖ ବିମାନ ଚଳାଚଳ ଲୋକଙ୍କ ପାଇଁ ଲାଭଦାୟକ ହେବ।