ବିହାରରେ ୧୨ ର୍ୟାଲିରେ ଉଦବୋଧନ ଦେବେ ମୋଦି

ବିହାରରେ ୧୨ ର୍ୟାଲିରେ ଉଦବୋଧନ ଦେବେ ମୋଦି

ବିହାରରେ ୧୨ ର୍ୟାଲିରେ ଉଦବୋଧନ ଦେବେ ମୋଦି
ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଇଁ ଆଉ ମାତ୍ର ଅଳ୍ପ ଦିନ ବାକି ଅଛି । ବିଭିନ୍ନ ଦଳ ପକ୍ଷରୁ ନିର୍ବାଚନୀ ପ୍ରଚାର ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅକ୍ଟୋବର ୨୩ ତାରିଖରୁ ବିହାର ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ମୋଦି ସାସାରାମର ଦେହରିରେ ଏକ ର୍ୟାଲି କରିବେ । ବିହାରର ମୋଟ ୧୨ଟି ର୍ୟାଲି କରିବେ ମୋଦି । ବିହାରର ସମସ୍ତିପୁର ଉପରେ ବିଜେପିର ଫୋକସ ଥିବା ବେଳେ ସମସ୍ତିପୁରରେ ମଧ୍ୟ ମୋଦି ରାଲି କରିବେ । ସମସ୍ତିପୁରର ଏଲଜେପିର ଦଖଲ ରହିଛି । ତେଣୁ ଜେଡିୟୁ ସମସ୍ତିପୁରରେ ଏଲଜେପିର ପ୍ରଭାବ କମାଇବା ପାଇଁ ୧୨ଟି ର୍ୟାଲି କରିବେ । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଏହି ରାଲିରେ ସହ ଯୋଗ ଦେବେ । ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଦେବେଶ କୁମାରଙ୍କ କହିବା ଅନୁଯାୟୀ ଅକ୍ଟୋବର ୨୩ ତାରିଖରେ ମୋଦି ୩ଟି ରାଲି କରିବେ । ଗୟା, ଭାଗଲପୁର ଏବଂ ସାସାରାମରେ ମୋଦି ରାଲି କରିବେ । ଅକ୍ଟୋବର ୨୮ରେ ମୋଦି ଦରଭଙ୍ଗା, ମୁଜାଫରପୁର ଏବଂ ପାଟନାରେ ରାଲି କରିବେ । ନଭେମ୍ବର ୧ରେ ମୋଦି ଛାପ୍ରା, ମୋତିହାରୀ, ସମସ୍ତିପୁରରେ ରାଲି କରିବେ । ନଭେମ୍ବର ୩ରେ ଚମ୍ପାରନ, ସହର୍ସ ଏବଂ ଆରାରିଆରେ ରାଲି ଅଛି ।