ସଫଳ ଓ ସୁରକ୍ଷିତ ଟିକା ପ୍ରସ୍ତୁତ ବୋଲି ଚୀନ ବାୟୋଟେକ କମ୍ପାନୀର ଦାବି

ସଫଳ ଓ ସୁରକ୍ଷିତ ଟିକା ପ୍ରସ୍ତୁତ ବୋଲି ଚୀନ ବାୟୋଟେକ କମ୍ପାନୀର ଦାବି

ସଫଳ ଓ ସୁରକ୍ଷିତ ଟିକା ପ୍ରସ୍ତୁତ ବୋଲି ଚୀନ ବାୟୋଟେକ କମ୍ପାନୀର ଦାବି
ନୂଆଦିଲ୍ଲୀ: କୋଭିଡ ଟିକା ବାହାର କରିବା ଦୌଡ଼ରେ ବଡ଼ ପ୍ରୟୋଗ ଚଳାଇଥିବା ଚୀନର ଏକ ଟିକା ପ୍ରସ୍ତୁତକାରୀ କମ୍ପାନୀ ଏ କ୍ଷେତ୍ରରେ ଏବେ ସଫଳତା ହାସଲ କରିଥିବା ଦାବି କରିଛି । ସ୍ୱେଚ୍ଛାସେବୀଙ୍କଠାରେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପରେ ଏହି ଟିକାର ସକାରାତ୍ମକ ପ୍ରଭାବ ପ୍ରମାଣିତ ହୋଇଛି ବୋଲି ଏହି ବାୟୋଟେକ କମ୍ପାନୀ କହିଛନ୍ତି । ଯେଉଁ ସ୍ୱେଚ୍ଛାସେବୀଙ୍କୁ ଏହି ଟିକା ଦିଆଯାଇଥିଲା ସେମାନଙ୍କଠାରେ ସାମାନ୍ୟ ଜ୍ୱର ଏବଂ ଇଞ୍ଜେକସନ ଦିଆଯିବା ସ୍ଥାନରେ କିଛି ପୀଡ଼ା ବ୍ୟତୀତ ଅନ୍ୟ କିଛି ଲକ୍ଷଣ ନାହିଁ ବୋଲି ଚୀନ ଗବେଷକମାନେ ଦାବି କହିଛନ୍ତି । ଏହି ଟିକା ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବା ସହ ରୋଗର ମୁକାବିଲା କରିବା ଦିଗରେ ନିରାପଦ ଏବଂ ଫଳପ୍ରଦ ସାବ୍ୟସ୍ତ ହୋଇଚି ବୋଲି କମ୍ପାନୀ ଦାବି କରିଛି । ଏହି କମ୍ପାନୀ ବିବିଆଇବିପି-କୋରଭି ନାମରେ ଏକ ଟିକା ପ୍ରସ୍ତୁତ କରିଛି । ବିବିଆଇବିପି-କୋରଭି ବିଶ୍ୱର ଶ୍ରେଷ୍ଠ ୧୦ ଟିକା ମଧ୍ୟରୁ ଅନ୍ୟତମ ବୋଲି ଚୀନ ଦାବି କରିଛି । ଅନ୍ୟ ପକ୍ଷରେ ଆମେରିକାର ବାୟୋଟେକ ଫାର୍ମ ଭାକ୍ସାର୍ଟ ମଧ୍ୟ ସଫଳ କରୋନା ଟିକା ବାହାର କରିଥିବା ଦାବି କରିଛି ।