ରାଫେଲକୁ ନେଇ କଂଗ୍ରେସ-ବିଜେପି ମୁହାଁମୁହିଁ

ରାଫେଲକୁ ନେଇ କଂଗ୍ରେସ-ବିଜେପି ମୁହାଁମୁହିଁ

ରାଫେଲକୁ ନେଇ କଂଗ୍ରେସ-ବିଜେପି ମୁହାଁମୁହିଁ
ନୂଆଦିଲ୍ଲୀ: ନିର୍ବାଚନୀ ଋତୁରେ ଏବେ ରାଫେଲ ଯୁଦ୍ଧ ବିମାନ ପ୍ରସଙ୍ଗକୁ ନେଇ ରାଜନୀତି ପୁଣି ସରଗରମ ହୋଇଉଠିଛି । ପ୍ରଥମ ପର୍ଯ୍ୟୟ ମତଦାନର ଗୋଟିଏ ଦିନ ପୂର୍ବରୁ ଆଜି ସୁପ୍ରିମକୋର୍ଟ ଲିକ ଦସ୍ତାବିଜକୁ ପ୍ରମାଣ ଭାବେ ଗ୍ରହଣ କରିବାକୁ ରାଜି ହେବା ପରେ ଏହାକୁ ନେଇ ରାଜନୈତିକ ବୟାନବାଜି ଜୋରଦାର ହୋଇଛି । କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ ରାଫେଲ ଚୁକ୍ତିରେ ଦୁର୍ନୀତି ହୋଇଛି ବୋଲି ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି । ରାଫେଲ ଚୁକ୍ତି କ୍ଷେତ୍ରରେ ଚୌକିଦାର ଚୋର ବୋଲି ସୁପ୍ରିମକୋର୍ଟରେ ପ୍ରମାଣିତ ହୋଇଛି ବୋଲି ରାହୁଲ କହିବା ପରେ ବିଜେପି ଏହାର ତୀବ୍ର ବିରୋଧ କରିଛି । ରାଫେଲ ଶୁଣାଣି ସଂକ୍ରାନ୍ତ କୋର୍ଟ ତଥ୍ୟ ସଂପର୍କରେ ସାମାନ୍ୟତମ ଅବଗତି ନଥାଇ ରାହୁଲ ଅତ୍ୟନ୍ତ ବେପରୁଆ ବୟାନ ଦେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରୁଛନ୍ତି ଏବଂ ଏହା ସୁପ୍ରିମକୋର୍ଟଙ୍କ ଅବମାନନା ବୋଲି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ସୁପ୍ରିମକୋର୍ଟଙ୍କ ନିଷ୍ପତିକୁ ନେଇ ଲୋକଙ୍କ ମଧ୍ୟରେ କଂଗେସ ବିଭ୍ରାନ୍ତି ସୃଷ୍ଟି କରିବାକୁ ଚାହୁଛି ବୋଲି ନିର୍ମଳା କହିଛନ୍ତି ।