ବି୍ରଟେନ ରାଣୀଙ୍କ ସହଯୋଗୀ ସଂକ୍ରମିତ

ବି୍ରଟେନ ରାଣୀଙ୍କ ସହଯୋଗୀ ସଂକ୍ରମିତ

ବି୍ରଟେନ ରାଣୀଙ୍କ ସହଯୋଗୀ ସଂକ୍ରମିତ
ଲଣ୍ଡନ: ବି୍ରଟେନ ରାଣୀ ଏଲିଜାବେଥ-୨ଙ୍କ ସହଯୋଗୀ କରୋନା ଭୂତାଣୁ ସଂକ୍ରମିତ ହୋଇଛନ୍ତି । ‘ଦି ସନ’ର ରିପୋର୍ଟ ଅନୁଯାୟୀ ରାଣୀଙ୍କ ସହଯୋଗୀ ଜଣଙ୍କ ଗତ ସପ୍ତାହରେ ଅସୁସ୍ଥ ହୋଇଥିଲେ । ତାଙ୍କ କରୋନା ସ୍ୱାବ ନମୂନା ପଜିଟିଭ ରହିଛି । ତେବେ ସଂକ୍ରମିତ ସହଯୋଗୀଙ୍କ ପରିଚୟ ପ୍ରକାଶ କରାଯାଇନାହିଁ । ସେ ରାଣୀଙ୍କର କେତେ ନିକଟ ବା କି ପ୍ରକାର ସହଯୋଗୀ ଥିଲେ ତାହା ପ୍ରକାଶ କରାଯାଇ ନାହିଁ । ଏହି ଘଟଣା ଜଣାପଡ଼ିବା ପରେ ୯୩ ବର୍ଷୀୟ ରାଣୀ ତାଙ୍କ ଲଣ୍ଡନ ସ୍ଥିତ ରାଜ ପ୍ରାସାଦ ଛାଡ଼ି ୱିଣ୍ଡସର ଦୁର୍ଗକୁ ଚାଲିଯାଇଛନ୍ତି । ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ରାଣୀଙ୍କର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ଏହା ସହିତ ଉକ୍ତ ସହଯୋଗୀଙ୍କ ସଂସ୍ପର୍ଶରେ ଆସିଥିବା ୫୦୦ କର୍ମଚାରୀ ଏବେ କ୍ୱାରେନଟାଇନରେ ରହିଛନ୍ତି । ବି୍ରଟେନରେ ୫୦୦୦ରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ ୨୩୩ ରୁ ଅଧିକ ଲୋକ ପ୍ରାଣ ହରେଇଲେଣି ।