ଭାରତ ପାଇଁ ସତର୍କଘଣ୍ଟି ।

ଭାରତ ପାଇଁ ସତର୍କଘଣ୍ଟି ।

ଭାରତ ପାଇଁ ସତର୍କଘଣ୍ଟି ।
ସେଚତନତା ହିଁ କରୋନା ଭୂତାଣୁର ଏକମାତ୍ର ଔଷଧ, ଅନ୍ୟ କୌଣସି ବିକଳ୍ପ ନାହିଁ। ଜନତା ନ ଚେତିଲେ ସବୁକିଛି ଛାରଖାର ହୋଇଯିବ। ଆମେରିକା ଭଳି ଅତ୍ୟାଧୁନିକ ସ୍ବାସ୍ଥ୍ୟସେବା ସମ୍ପନ୍ନ ଦେଶ ଏବେ ଅସମ୍ଭାଳ ଅବସ୍ଥା ଆଡ଼କୁ ଗତି କରୁଛି। ବିଶ୍ବରେ ତୃତୀୟ ସ୍ଥାନରେ ଥିବା ଆମେରିକାରେ ଆଜି ସୁଦ୍ଧା ୨୩,୬୪୯ ଲୋକ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଛନ୍ତି। ସେଠାରେ ୩୦୨ ଜଣ ମୃତ୍ୟୁବରଣ କରିଥିବା ବେଳେ କେବଳ ଓ୍ବାସିଂଟନ୍‌ ସହରରେ ସର୍ବାଧିକ ୯୪ ଜଣ ଓ ନ୍ୟୁୟର୍କରେ ୫୩ ଜଣଙ୍କର ଜୀବନହାନି ଘଟିଛି। ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ କରୋନା ଭୂତାଣୁ ବ୍ୟାପିବାର ସମ୍ଭାବନା ଅଧିକ। ଯଦିଓ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯୬ ରହିଛି ଓ ମୃତ୍ୟୁ ସଂଖ୍ୟା ୭ ଭିତରେ ସୀମିତ ଅଛି, ଯେକୌଣସି ସମୟରେ ଏହା ବହୁଗୁଣିତ ହୋଇଯାଇପାରେ। ଆମେରିକା ଓ ଅନ୍ୟ ଅଧିକ ପ୍ରଭାବିତ ଦେଶର ସଂକ୍ରମଣ ହାରକୁ ବିଚାରକୁ ନେଲେ ଭାରତର ଜନସଂଖ୍ୟା ଓ ଜୀବନଚର୍ଯ୍ୟା ଏଠାରେ ମଧ୍ୟ ସଂକ୍ରମଣ ବଢ଼ାଇବାର ଆଶଂକା ରହିଛି। ସେମାନଙ୍କ ଭଳି ଆମର ସ୍ବାସ୍ଥ୍ୟ ସୁବିଧା ନଥିବାରୁ ଆମ ଅବସ୍ଥା ଅଧିକ ଅସମ୍ଭାଳ ହୋଇପାର। ତେଣୁ ସମୟ ଅଛି ସଚେତନ ହୋଇଯାଆନତୁ । ତେବେ କରୋନାକୁ ଭୟ ନ କରି ମୁକାବିଲା କରିବାର ସମୟ ଆସିଛି। ସରକାରଙ୍କ ସମସ୍ତ ପ୍ରତିଷେଧକ ନୀତି ଅନୁପାଳନ କରିବା ସହ ଘରୁ କେଉଁଆଡ଼େ ଆଦୌ ନ ବାହାରିଲେ ଓ ଅନ୍ୟ କାହା ସହ ଆଦୌ ନ ମିଶିଲେ କରୋନା ଭୂତାଣୁ ବିସ୍ତାରକୁ ଅଚିରେ ଅଟକାଇ ହେବ।