ବେଲପଡା ବ୍ଲକ ର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଲଢେଇ କରିବ ସଂଗ୍ରାମ ସମିତି
ବେଲପଡା ବ୍ଲକ ର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଲଢେଇ କରିବ ସଂଗ୍ରାମ ସମିତି
admin
Dec 25, 2019 - 14:52
Updated: Dec 25, 2019 - 14:52
ବେଲପଡା(ମନୋଜ କୁମାର ମିଶ୍ର) - ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ବିଭିନ୍ନ ସମସ୍ୟାଦେଇ ଗତି କରୁଛି ।ବିଭିନ୍ନ ସ୍ତର ରେ ଦୁର୍ନୀତି ର ଚେର ଏତେ ଦୁରକୁ ଗଳାଣି ଯେ ସାଧାରଣ ଲୋକେ ସରକାର ଙ୍କ ବିଭିନ୍ନ ଜନହିତକର ଯୋଜନାରୁ ବଂଚିତ ରହୁଛନ୍ତି । କିଛି ମୁଷ୍ଠିମେୟ ରାଜନେତା ଓ ଅସାଧୁ ସରକାରୀ କର୍ମଚାରୀ ଙ୍କ ସ୍ୱାର୍ଥନ୍ୱେଷୀ ମନୋବୃତ୍ତି ଯୋଗୁଁ ପ୍ରକୃତ ହିତାଧିକାରୀ ବିଭିନ୍ନ ଯୋଜନାରୁ ବଂଚିତ ରହୁଛନ୍ତି । ବିଭିନ୍ନ ଗ୍ରାମ ରେ ପାନୀୟ ଜଳ ର ଘୋର ଅଭାବ,ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀ ବଂଚିତ ହେଉଥିଲାବେଳେ ବାର୍ଦ୍ଧକ୍ୟ ଭତ୍ତ ।ପାଇଁ ପ୍ରକୃତହିତାଧିକାରୀ ବଂଚିତ ରହୁଛନ୍ତି । ବିଭିନ୍ନ ଉନ୍ନୟନକାମ ରେ ହରିଲୁଟ ଚାଲିଛି । ଏହି ସବୁ ସମସ୍ୟା ର ସମାଧାନ ପାଇଁ ବେଲପଡା ବ୍ଲକ ର ୨୪ଗ୍ରାପ ୪ ଜିଲ୍ଲାପରିଷଦ ଜୋନ ର ଶତାଧିକ ଯୁବକ ଆଜି ବୁଧବାର ବେଲପଡା ଗିରିଗୋବର୍ଦ୍ଧନ ମନ୍ଦିର ଠାରେ ଥିବା ଆମ୍ବବଗାବତ ଠାରେ ଏକତ୍ରିତ ହୋଇ ସ୍ୱର ଉତ୍ତୋଳନ କରଥିଲେ । ବନମାଲୀ ନାଏକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ବ୍ଲକ ର ବିଭିନ୍ନ ସମସ୍ୟାନେଇ ଆଲୋଚନା ହୋଇ ଓ ସମସ୍ୟାର ସମାଧାନ ଓ ସାଧାରଣ ଜନତାଙ୍କ ପାଇଁ ସ୍ୱର ଉତ୍ତୋଳନ କରିବାପାଇଁ ଏକ କମିଟୀ ଗଠନ କରିବା ସିଦ୍ଧାନ୍ତ ହୋଇଥିଲା । ସର୍ବ ସମ୍ମତ୍ତି କ୍ରମେ କମିଟୀ ର ନାମ ବେଲପଡା ସଂଗ୍ରାମ ସମିତି ନାମକରଣ କରାଯାଇଥିଲା । ସର୍ବସମ୍ମତ୍ତି କ୍ରମେ କମିଟୀ ର ସଭାପତି ଭାବରେ ହରିଶଚନ୍ଦ୍ର ବୁଡେକ,ଉପସଭାପତି ରେ ପ୍ରଶାନ୍ତ ପାତ୍ର ,ସଂପାଦକ -ପ୍ରଦୀବ ବୁଡେକ , ସହ ସଂପାଦକ ରେ ବନମାଳି ନାଏକ ଓ ଜୋନ ସ୍ତରିୟ ସଂଯୋଜକ ରେ ସଂଜୀବ ଶର୍ମା , ପ୍ରଶାନ୍ତ କୁମାର ବାରି , ଯୋଗିନ୍ଦ୍ର ଧରୁଆ, ଙ୍କୁ ମନୋନିତ କରାଯାଇଥିଲା ବେଳେ ଉପଦେଷ୍ଠା କମିଟୀ ରେ ମନୋଜ ମିଶ୍ର , ଜନାର୍ଦ୍ଧନ ସିଂ , ଶଙ୍କର ଯୋଷୀ , ଲକ୍ଷପତି ମହାଖୁଡ , କୁଂଜ ବିହାରୀ ନିଆଲ , ନୀଳାମ୍ବର ଭଟ୍ଟାଗୁରିଆ, ରାମନାଥ ନାଏକ , ରୁଦ୍ରମଣି ମେହେର ,ଗୋପାଲ ନାଏକ ,ବୈ୍ୟାମୋକେଶ ବୁଡେକ , ମେଘନାଦ ସାହୁ ଙ୍କୁ ମନୋନିତ କରାଯାଇଥିଲା ।