ବୈଜୟନ୍ତ ଯେଉଁଠି ପ୍ରଚାର କରିଛନ୍ତି, ସେଠି ଆପ ଜିତିଛି
ବୈଜୟନ୍ତ ଯେଉଁଠି ପ୍ରଚାର କରିଛନ୍ତି, ସେଠି ଆପ ଜିତିଛି
admin
Feb 11, 2020 - 09:00
Updated: Feb 11, 2020 - 09:00
ଭୁବନେଶ୍ୱର : ଦିଲ୍ଲୀ ନିର୍ବାଚନରେ ଜୋରଦାର ପ୍ରଚାର କରିଥିଲେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ତେବେ ସେ ଯେଉଁ ଯେଉଁ ସ୍ଥାନରେ ବିଜେପି ପାଇଁ ପ୍ରଚାର କରିଥିଲେ ସେହିସବୁ ସ୍ଥାନରେ ଦଳ ଶୋଚନୀୟ ଭାବେ ପରାଜୟ ବରଣ କରିବା ଭଳି ପ୍ରତୀୟମାନ ହେଉଛି । ଭୋଟ ସରିନଥିଲେ ବି ସାମ୍ପ୍ରତିକ ଫଳାଫଳରୁ ଏଭଳି ଅନୁମାନ କରାଯାଉଛି ।
କରୋଲାବାଗରେ ବିଜେପି ଲଜ୍ଜାଜନକ ପରାଜୟ ଭୋଗିବାକୁ ଯାଉଛି । ଏଯାବତ ଚୂଡ଼ାନ୍ତ ଫଳାଫଳ ଆସିନଥିଲେ ହେଁ ୧୦ମ ରାଉଣ୍ଡ ସୁଦ୍ଧା ଯେଉଁ ଭୋଟ ଫଳ ଆସିଛି ସେଥିରୁ ଏହା ସ୍ପଷ୍ଟ ହେଉଛି । ଏହି କରୋଲବାଗ ବିଧାନସଭା ଆସନର ପ୍ରଚାର ଦାୟିତ୍ୱରେ ରହିଥିଲେ ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା । ସେଠାରେ ସେ ବାଇକ ଶୋଭାଯାତ୍ରା କରିଥିଲେ । ଗଳିଗଳିରେ ପଶି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ ।
ଖାଲି ସେତିକିନୁହେଁ ବୈଜୟନ୍ତ ଦିଲ୍ଲୀର ରାଜିନେ୍ଦରନଗରରେ ବି ଜମେଇକି ପ୍ରଚାର କରିଥିଲେ । କେନ୍ଦ୍ରାପଡ଼ା ଷ୍ଟାଇଲରେ ଲୋକମାନଙ୍କ ବାରଣ୍ଡାରେ କଥା ବି ହୋଇଥିଲେ । ହେଲେ ସେଠାରେ ଆପର ରାଘବ ଚଢ଼ା ବି ବହୁ ଭୋଟରେ ଆଗରେ ଅଛନ୍ତି । ଯେତେବେଳେକି ବିଜେପିର ଆରପି ସିଂହ ପଛରେ ପଡ଼ିଯାଇଛନ୍ତି ।
ନଜଫଗଡ଼ରେ ବି ବୈଜୟନ୍ତ ପ୍ରଚାର କରିବାରେ ହେଳା କରିନଥିଲେ । ଭୋଟରଙ୍କୁ ମନେଇବା ପାଇଁ ଢେ଼ର ପ୍ରୟାସ କରିଥିଲେ । କିନ୍ତୁ ସେଠାରେ ବି ଆପ ପ୍ରାର୍ଥୀ ବିଜେପି ପ୍ରାର୍ଥୀଙ୍କ ଠାରୁ ଆଗରେ ରହିଛନ୍ତି । ପଟେଲନଗରରେ ବି ଅନରୂପ ଅବସ୍ଥା । ସେହି ନିର୍ବାଚନମଣ୍ଡଳୀରେ ବି ବୈଜୟନ୍ତ ଜୋରଦାର ପ୍ରଚାର କରିଥିଲେ । ପଟେଲନଗରରେ ଆପ ପ୍ରାର୍ଥୀ ବିଜେପି ପ୍ରାର୍ଥୀଙ୍କୁ ବହୁ ପଛରେ ପକାଇ ଦେଇଛନ୍ତି । ସେଠାରେ ବି ବିଜେପି ଲଜ୍ଜାଜନକ ପରାଜୟର ଦ୍ୱାରଦେଶରେ ପହଁଚିଯାଇଛି ।
ମାଟିଆଲାରେ ବି ସମାନ ପରିସ୍ଥିତି ଦେଖିବାକୁ ମିଳିଛି । ସେଠାରେ ଆପ ପ୍ରାର୍ଥୀ ଗୁଲାବ ସିଂହ ୧୨ ହଜାର ଭୋଟରେ ଆଗୁଆ ରହିଛନ୍ତି ।