ବୌଦ୍ଧ ଡେପୁଟୀ କଲେକ୍ଟର ଗିରଫ

ବୌଦ୍ଧ ଡେପୁଟୀ କଲେକ୍ଟର ଗିରଫ

ବୌଦ୍ଧ ଡେପୁଟୀ କଲେକ୍ଟର ଗିରଫ
ବୌଦ୍ଧ: ବୌଦ୍ଧ ଡେପୁଟୀ କଲେକ୍ଟର ଶରତ ବାଗଙ୍କୁ ଗିରଫ କରାଯାଇଛି । ଝାରସୁଗୁଡ଼ା ଟାଉନ ଥାନା ପୁଲିସ ଶ୍ରୀ ବାଗଙ୍କୁ ଗିରଫ କରିଛି । ପତ୍ନୀ ନିର୍ଯାତନା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଛି । ପୁଲିସ ଶ୍ରୀ ବାଗଙ୍କୁ ବିଟିଏମ ଫାଣ୍ଡିରେ ରଖି ପଚରାଉଚୁରା କରୁଛି । ବୌଦ୍ଧ ଜିଲ୍ଲାରେ ଡେପୁଟି କଲେକ୍ଟର ଭାବେ ଅବସ୍ଥାପିତ ଥିବା ଶରତ ବାଗ୍ କୌଣସି କାମରେ ଝାରସୁଗୁଡା ଆସିଥିବା ସମୟରେ ତାଙ୍କର ପତ୍ନୀ ଡୋଳିଆ ଦେବନାଥଙ୍କ ସହିତ ବଚସା ପରେ ଝଗଡା କରିଥିଲେ । ଏହା ପରେ ସେ ଓ ତାଙ୍କର ସାଥୀ ମିଶି ତାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । କୌଶଳ କ୍ରମେ ସେ ସେଠାରୁ ଖସି ଆସି ଝାରସୁଗୁଡା ଏସପିଙ୍କ ନିକଟରେ ଫେରାଦ ହୋଇଥିଲେ । ମୌଖିକ ଅଭିଯୋଗ ପରେ ତୁରନ୍ତ ତାଙ୍କର ଜିଲ୍ଲା ଡାକ୍ତରଖାନାକୁ ନେଇ ପରୀକ୍ଷା କରାଯାଇଥିଲା । ଡାକ୍ତରଖାନାରୁ ଫେରିବା ପରେ ସେ ଥାନାରେ ଏତଲା କରିଛନ୍ତି । ଶରତ ବାଗ ଏବଂ ତାଙ୍କର ପତ୍ନୀଙ୍କ ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି । ସେପଟେ ପୁରା ଘଟଣାକୁ ଷଡଯନ୍ତ୍ର ବୋଲି କହିଛନ୍ତି ବୌଦ୍ଧ ଡେପୁଟି କଲେକ୍ଟର ।