ବିଜୁଳି ଦର ନକମିଲେ ବିକ୍ଷୋଭ: କଂଗ୍ରେସ

ବିଜୁଳି ଦର ନକମିଲେ ବିକ୍ଷୋଭ: କଂଗ୍ରେସ

ବିଜୁଳି ଦର ନକମିଲେ ବିକ୍ଷୋଭ: କଂଗ୍ରେସ
ଭୁବନେଶ୍ୱର: ରାଜ୍ୟରେ ବର୍ଦ୍ଧିତ ବିଜୁଳି ଦଳ ନେଇ ଏବେ ସବୁଠି ଅସନ୍ତୋଷ । ତେବେ ଏହି ବର୍ଦ୍ଧିତ ବିଜୁଳି ଦରକୁ ପ୍ରତ୍ୟାହାର କରିବା ପାଇଁ କଗ୍ରେସ ପକ୍ଷରୁ ଦାବି କରାଯାଇଛି । ଏନେଇ ମଙ୍ଗଳବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ଓ ଗଣେଶ୍ୱର ବେହେରା ଦାବି କରିଛନ୍ତି । ସରକାର ବିଜୁଳି ଦର ନକମାଇଲେ ରାଜ୍ୟବ୍ୟାପୀ ଆନେ୍ଦାଳନ କରାଯିବ ବୋଲି ଉଭୟ ନେତା କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଉଭୟ ନେତା କହିଛନ୍ତି ଯେ, ବିଜୁଳି ଦଳ ବୃଦ୍ଧି ନିଷ୍ପତ୍ତି ଓଇଆରସିର ବୋଲି ସରକାର କହୁଛନ୍ତି । ହେଲେ ଏଭଳି ନିଷ୍ପତ୍ତି ପଛରେ ସରକାର ଅଛନ୍ତି । ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ନିଜର ଅପାରଗତା ଘୋଡ଼ାଇବାକୁ ସରକାର ବିଜୁଳି ବିଲ ବଢାଇଛନ୍ତି । ବିଜୁଳି ଉପôାଦନକାରୀ ରାଜ୍ୟ ହୋଇ ବି ଓଡ଼ିଶାରେ ବିଜୁଳି ଦର ବୃଦ୍ଧି ପାଉଛି । ସିଏଜି ଦ୍ୱାରା ଆର୍ଥିକ ଅଡିଟ ଓ ଏକ୍ସପର୍ଟ କମିଟି ଦ୍ୱାରା ଏନର୍ଜି ଅଡିଟ କରାଯିବାକୁ ଉଭୟ ନେତା ଦାବି କରିଛନ୍ତି । ତେବେ ଅକ୍ଟୋବର ୨ରୁ ୩୦ ତାରିଖ ଯାଏ କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପୀ ଦସ୍ତଖତ ଅଭିଯାନ କରାଯିବ । ସାରା ରାଜ୍ୟରେ ସଂଗୃହିତ ଦସ୍ତଖତ ରାଷ୍ଟ୍ରପତି ନିକଟକୁ ପଠାଯିବ ବୋଲି କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ଓ ଗଣେଶ୍ୱର ବେହେରା କହିଛନ୍ତି ।