ବର୍ଷା ବିଭୀଷିକା, ୧୩ ଜଣଙ୍କୁ ମୃତ୍ୟୁ, ଜାଣନ୍ତୁ କେଉଁଠି
ବର୍ଷା ବିଭୀଷିକା, ୧୩ ଜଣଙ୍କୁ ମୃତ୍ୟୁ, ଜାଣନ୍ତୁ କେଉଁଠି
ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ବର୍ଷା ବିଭୀଷିକାରେ ୧୩ ଜଣଙ୍କ ଜୀବନ ନେଇଛି। ମଙ୍ଗଳବାର ଏନଡିଆରଏଫ ହେଲିକପ୍ଟର ସାହାଯ୍ୟରେ ପାଣି ଘେରରେ ରହିଥିବା ୫୬୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିଲା । ମୂଷଳଧାରାରେ ବର୍ଷା ହେବା ଫଳରେ ଶହଶହ ଘର କ୍ଷତିଗ୍ରସ୍ତ ହୋଇଛି । ବ୍ୟାପକ ଫସଲ ମଧ୍ୟ କ୍ଷୟକ୍ଷତି ହୋଇଛି । ସେହିଭଳି ପଶ୍ଚିମବଙ୍ଗର ସ୍ଥିତି ମଧ୍ୟ ଖରାପ । ପ୍ରବଳ ବର୍ଷା ଯୋଗୁଁ ଦକ୍ଷିଣ ୨୪ ପ୍ରଗଣା ସମେତ ଉପକୂଳ ଜିଲ୍ଲାଗୁଡ଼ିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତଳିଆ ଅଞ୍ଚଳର ପ୍ରାୟ ୩୫ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ପ୍ରଶାସନ ପକ୍ଷରୁ ଉଦ୍ଧାରକାର୍ୟ୍ୟ, ରିଲିଫ ଓ ରନ୍ଧାଖାଦ୍ୟ ଯୋଗାଣ ଅବ୍ୟାହତ ରହିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ମାରାଠୱାଡ଼ା, ମୁମ୍ବାଇ, ମହାରାଷ୍ଟ୍ରର ଉପକୂଳବର୍ତ୍ତୀ କୋଙ୍କଣରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ବର୍ଷା ଯୋଗୁଁ କୋଲକାତାରେ ଏକ ବିଲଡିଂ ଭୁଶୁଡ଼ି ପଡ଼ିଥିବାବେଳେ ହାଇଦ୍ରାବାଦରେ ନାଳରେ ପଡ଼ି ଜଣେ ଇଞ୍ଜିନିୟରଙ୍କ ମୃତୁ୍ୟ ହୋଇଛି । ବିହାରର ବେଗୁସରାଇରେ ୨ ଜଣଙ୍କ ମୃତୁ୍ୟ ହୋଇଥିବା ରିପୋର୍ଟ ମିଳିଛି ।