ଭିଟାମିନ ସି ପାଇଁ ଖାଆନ୍ତୁ ସଜନା ଶାଗ

ଭିଟାମିନ ସି ପାଇଁ ଖାଆନ୍ତୁ ସଜନା ଶାଗ

ଭିଟାମିନ ସି ପାଇଁ ଖାଆନ୍ତୁ ସଜନା ଶାଗ
କରୋନ ସମୟରେ ସମସ୍ତେ ନିଜ ନିଜର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ବ୍ୟସ୍ତ । ତେଣୁ ଲୋକମାନେ ପୁରାତନ ଯୁଗକୁ ଫେରିଗଲେଣି । ଆମ ପୂର୍ବଜ ଯେପରି ଘର ରୋଷଇଶାଳର ମସଲାରୁ ନିଜ ପାଇଁ ଔଷଧ ତିଆରି କରି ଦେଉଥିଲେ । ଏବେ ସେହିପରି ଲୋକମାନେ ଆୟୁର୍ବେଦକୁ ଆପଣାଇଲେଣି । ତେବେ ଆମ ବାରି ବଗିଚାରେ ଲଗାଯାଇଥିବା ସଜନା ଗଛ ଆମ ପାଇଁ ମହୋଷଧିର କାମ କରିଥାଏ । କାରଣ ସଜନା ସାଗରେ ଭାରପୁର ମାତ୍ରାରେ ଭିଟାମିନ ସି ମିଳିଥାଏ । ଯାହା କରୋନା ସମୟରେ ଲାଭଦାୟକ ହୋଇଥାଏ । ଆମ ଓଡ଼ିଶାରେ ଗାଁ ଗହଳି ଠାରୁ ଆରମ୍ଭ କରି ମହାନଗରୀ ପର୍ଯ୍ୟନ୍ତ ସଜନା ଶାଗ ଓ ଛୁଇଁର ଆଦର ଅଧିକ । ଦକ୍ଷିଣ ଭାରତୀୟ ବ୍ୟଞ୍ଜନରେ ମଧ୍ୟ ଏଇ ପରିବା ଓ ପତ୍ରର ଉପଯୋଗ ହୁଏ । ଖାଦ୍ୟ ବିଶେଷଜ୍ଞଙ୍କ ମତରେ ସହରୀ ଲୋକଙ୍କ ତୁଳନାରେ ଗାଁ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ଅଧିକ । ସେମାନେ ଦେଶୀ ଖାଦ୍ୟ ଖାଇବା ସହ ବିଭିନ୍ନ ପ୍ରକାର ଶାଗ ନିୟମିତ ଭୋଜନରେ ଖାଇଥାନ୍ତି । ସିନେତାରକାଙ୍କ ଖାଦ୍ୟ ବିଶେଷଜ୍ଞ ଭାବେ ଜଣାଶୁଣା ରୁଜୁତା ଦିୱେକର କହିଛନ୍ତି ସଜନା ଶାଗ ଏକ ଚମକ୍ରାରୀ ଖାଦ୍ୟ । କମଳା ଫଳଠାରୁ ୭ ଗୁଣ ଅଧିକ ଭିଟାମିନ ସି ଏଇ ଶାଗରେ ମହଜୁଦ । ଦୈନିକ ଅଳ୍ପ ପରିମାଣରେ ସଜନା ଶାଗ ଖାଇଲେ ଆମ ପାଚନ କ୍ଷମତା ବୃଦ୍ଧି ପାଏ । ଭିଟାମିନ ଏ’ର ଅଭାବ ଦୂର କରିବା ନିମନ୍ତେ ଅଧିକାଂଶ ଗାଜରକୁ ମଧ୍ୟ ନିୟମିତ ଖାଇଥାଉ । ସପ୍ତାହରେ ଦୁଇଥର ସଜନା ଶାଗ ଖାଇଲେ ଭିଟାମିନ ଏ ଅଭାବ ଜନିତ ରୋଗରୁ ରକ୍ଷା ମିଳେ । ପାଶ୍ଚାତ୍ୟ ରାଷ୍ଟ୍ରରେ ସଜନା ଶାଗ ଭିଟାମିନ କ୍ୟାପସୁଲ ମିଳିଥାଏ । ଅନେକ ଲୋକ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଏଇ କ୍ୟାପସୁଲ ଖାଉଥିବାର ପ୍ରକାଶ । ଆଣ୍ଟିଅକ୍ସିଡାଣ୍ଟ ଭରପୁର ସଜନା ଶାଗ ଖାଇଲେ ରକ୍ତଚାପ ନିୟନ୍ତ୍ରଣରେ ରହିବା ସହ ତ୍ୱଚା ଭାଙ୍ଗ ସମସ୍ୟା ଦୂର ହୁଏ । କୋଲେଷ୍ଟରଲ ସ୍ତରକୁ ନିୟନ୍ତ୍ରଣ କରୁଥିବା ଏହି ଶାଗର ପୋଷକ ତତ୍ତ୍ୱ ହୃଦଘାତର ଆଶଙ୍କା କମ କରୁଥିବାର ଖାଦ୍ୟ ବିଶେଷଜ୍ଞଙ୍କ ମତ ।