ଭୁବନେଶ୍ବରରେ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବରରେ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବରରେ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ
ଆଜି ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଆକ୍ରାନ୍ତ ଜଣକ ହେଉଛନ୍ତି ବମିଖାଲର ଜନୈକ 35 ବର୍ଷୀୟ ଯୁବକ। ଏହି ଯୁବକ ଜଣକ ପୂର୍ବରୁ ବମିଖାଲରୁ ଚିହ୍ନଟ ହୋଇଥିବା 4 ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଏହି 55ନମ୍ବର ଆକ୍ରାନ୍ତ ଯୁବକଙ୍କୁ କିମ୍ସର କୋଭିଡ଼-19 ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଆକ୍ରାନ୍ତ ଜଣକ ବମିଖାଲର ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାର ସୂଚନା ରହିଛି । ସେ ଚାରିଜଣ କୋଭିଡ୍‌ ପଜିଟିଭି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ସେ 7, 8, 22 ଓ 39 ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି ସୂଚନା ରହିଛି । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 55ରେ ପହଞ୍ଚିଛି।ଏହା ମଧ୍ୟରୁ 13 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କର ପ୍ରାଣହାନି ଘଟିଛି। ସେହିପରି 55 ଜଣ ଆକ୍ରାନ୍ତଙ୍କ ଗ୍ରସ୍ତ ସୂଚୀ ସମ୍ପର୍କରେ ମଧ୍ୟ ସୂଚନା ପ୍ରଦାନ କରିଛନ୍ତି ରାଜ୍ୟସରକାର । ଆକ୍ରାନ୍ତ ଜଣକ ମାର୍ଚ୍ଚ 22ରୁ ଏପ୍ରିଲ୍‌ 12 ଯାଏ ନିଜ ବମିଖାଲ ଘରେ ରହିଥିଲେ । ଜୟଦୁର୍ଗାନଗର ବେବିଲୋନ୍‌ ଆପାର୍ଟମେଣ୍ଟରେ ରହିଥିଲେ । କଣ୍ଟେନେମଣ୍ଟ ଜୋନ୍‌ ଥିବାରୁ ତାଙ୍କ ସାମ୍ପଲ୍‌ ନିଆଯାଇଥିଲା ।