ମସ୍ତିଷ୍କ ଜାଗ୍ରତ ରଖେ କଦଳୀ

ମସ୍ତିଷ୍କ ଜାଗ୍ରତ ରଖେ କଦଳୀ

ମସ୍ତିଷ୍କ ଜାଗ୍ରତ ରଖେ କଦଳୀ
ଶୀତଦିନେ କଦଳୀକୁ ନେଇ ଅନେକ ଦ୍ୱନ୍ଦ୍ୱରେ ଅଛନ୍ତି । ଯଦି ଆପଣଙ୍କର ଥଣ୍ଡା, କାଶ ଓ ସାଇନସ୍ ଆଦି ଶ୍ୱାସ ସମସ୍ୟା ରହିଛି, ତେବେ ଏହି ଦିନେ କଦଳୀ କମ୍ ମାତ୍ରାରେ ଖାଇବା ଉଚିତ । କିନ୍ତୁ ଖାଦ୍ୟ ତାଲିକାରୁ ଏହା ସମ୍ପୂର୍ଣ୍ଣ ଦୂର କରିବା ଆଦୌ ଉଚିତ ନୁହେଁ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । କାରଣ ଶୀତଋତୁରେ ହାଡ଼ ସମ୍ପର୍କିତ ସମସ୍ୟା ବଢ଼ିଯାଏ । ଦୈନିକ କ୍ୟାଲସିୟମ ଖାଇବା ଦ୍ୱାରା ହାଡ଼ ସୁଦୃଢ଼ ରହେ । ତେଣୁ କଦଳୀରେ ଏହା ପ୍ରଚୁର ମାତ୍ରାରେ ଉପଲବ୍ଧ । ପୋଷଣ ମାମଲାରେ ଗବେଷକମାନେ ଏହାକୁ ହେଭିୱେଟ ବୋଲି କହୁଛନ୍ତି । କଦଳୀରେ ପୋଟାସିୟମ, କାଲସିୟମ, ମାଙ୍ଗାନିଜ, ମ୍ୟାଗ୍ନେସିୟମ, ଆଇରନ, ଫଲେଟ, ନିଆସିନ, ରିବୋଫ୍ଲାଭିନ ଓ ବି ୬ ଭଳି ପୋଷକ ତତ୍ତ୍ୱ ରହିଛି । ଏଗୁଡ଼ିକ ଶରୀର କାର୍ଯ୍ୟକାରିତାରେ ସହାୟକ ହେବା ସହିତ ବ୍ୟକ୍ତିକୁ ସୁସ୍ଥ ରହେ । କଦଳୀରେ ପ୍ରଚୁର ମାତ୍ରାରେ ଫାଇବର ରହିଛି । ଯାହା ସକାଳ ଜଳଖିଆ ପାଇଁ ଶ୍ରେଷ୍ଠ ବୋଲି ଗବେଷକମାନେ କହନ୍ତି । ହୃଦରୋଗ ପ୍ରତିରୋଧୀ ଭାବେ ଏହା ବେଶ ପରିଚିତ ଏବଂ ଉଚ୍ଚ ରକ୍ତଚାପ ଦୂର କରେ । ଇଂଲଣ୍ଡର ଲିଡ୍ସ ୟୁନିଭର୍ସିଟି ଦ୍ୱାରା ହୋଇଥିବା ଅଧ୍ୟୟନ ଅନୁସାରେ ଉଚ୍ଚ ଫାଇବରଯୁକ୍ତ ଖାଦ୍ୟ ହୃଦରୋଗଠାରୁ ଦୂରେଇ ରଖିବାରେ ସହାୟକ ହୁଏ । କଦଳୀରେ ଥିବା ପୋଟାସିୟମ ହୃଦସ୍ପନ୍ଦନ, ରକ୍ତଚାପରେ ସନ୍ତୁଳନ ରକ୍ଷା କରିବା ସହିତ ମସ୍ତିଷ୍କକୁ ସଦା ଜାଗ୍ରତ ରଖେ ।