ମହିଳା ଓ ଶିଶୁ କଲ୍ୟାଣ ବିଭାଗରୁ ଅଲଗା ହେବ ମିଶନ ଶକ୍ତି

ମହିଳା ଓ ଶିଶୁ କଲ୍ୟାଣ ବିଭାଗରୁ ଅଲଗା ହେବ ମିଶନ ଶକ୍ତି

ମହିଳା ଓ ଶିଶୁ କଲ୍ୟାଣ ବିଭାଗରୁ ଅଲଗା ହେବ ମିଶନ ଶକ୍ତି
ଭୁବନେଶ୍ୱର: ମହିଳା ଓ ଶିଶୁ କଲ୍ୟାଣ ବିଭାଗରୁ ଅଲଗା ହେବ ମିଶନ ଶକ୍ତି । ଆଗକୁ ସ୍ୱତନ୍ତ୍ର ବିଭାଗ ଭାବେ କାର୍ୟ୍ୟ କରିବ ମିଶନ ଶକ୍ତି ବିଭାଗ । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବୈଠକ ଡାକି ଉଚ୍ଚସ୍ତରୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ବୈଠକରେ ସ୍ୱତନ୍ତ୍ର ବିଭାଗର ସମ୍ଭାବ୍ୟ ରୂପରେଖ ନେଇ ଆଲୋଚନା କରାଯାଇଥିଲା । ମହିଳା ସଂରକ୍ଷଣ ଓ ମହିଳା ବିକାଶକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ମହିଳା ସଂରକ୍ଷଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିଛନ୍ତି । ବିଜେଡି ମଧ୍ୟ ସଂସଦରେ ଏ ଦାବି ଦୋହରାଇଲାଣି । ଏହି ପରିପ୍ରେକ୍ଷୀରେ ମହିଳା ସଶକ୍ତିକରଣକୁ ଗୁରୁତ୍ୱ ଦେଇ ମିଶନ ଶକ୍ତିକୁ ସ୍ୱତନ୍ତ୍ର ବିଭାଗ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଗତବର୍ଷରୁ ଏ ଦିଗରେ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଏବେ ଯୋଜନା ଚୂଡ଼ାନ୍ତ ରୂପ ନେଇଛି । ଆସନ୍ତା ୮ ତାରିଖ ମହିଳା ଦିବସ ଅବସରରେ ରାଜ୍ୟ ସରକାର ଏ ନେଇ ବିଧିବଦ୍ଧ ଘୋଷଣା କରିବା ସମ୍ଭାବନା ଅଛି । ମିଶନ ଶକ୍ତି ବିଭାଗରେ ପଞ୍ଚାୟତିରାଜ ବିଭାଗର କେତେକ କାର୍ୟ୍ୟକ୍ରମକୁ ମଧ୍ୟ ସାମିଲ କରାଯିବ ।