ଆଦର୍ଶ ବିଦ୍ୟାଳୟରେ ପଢ଼ିବା ପାଇଁ ୮ରେ ପ୍ରବେଶିକା ପରୀକ୍ଷା
ଆଦର୍ଶ ବିଦ୍ୟାଳୟରେ ପଢ଼ିବା ପାଇଁ ୮ରେ ପ୍ରବେଶିକା ପରୀକ୍ଷା
admin
Mar 3, 2021 - 04:51
Updated: Mar 3, 2021 - 04:51
କଟକ: ଆଦର୍ଶ ବିଦ୍ୟାଳୟରେ ପଢ଼ିବା ପାଇଁ ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କ ପ୍ରବେଶିକା ପରୀକ୍ଷା ଆସନ୍ତା ୮ ତାରିଖରେ ହେବ । କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ କୁହାଯାଇଛି । ପରୀକ୍ଷାର୍ଥୀଙ୍କ ହଲ୍ ମଧ୍ୟରେ ମାସ୍କ୍ ପନ୍ଧିବା ବାଧ୍ୟତାମୂଳକ ରଖାଯାଇଛି । ଉକ୍ତ ପ୍ରବେଶିକା ପରୀକ୍ଷା ଲାଗି ପ୍ରଶ୍ନପତ୍ର ପ୍ରସ୍ତୁତ ଦାୟିତ୍ୱରେ ଥିବା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଆଜି ପ୍ରାଥମିକ ପର୍ୟ୍ୟାୟରେ ଉପାନ୍ତ ତଥା ଦୁର୍ଗମ ଜିଲ୍ଲାଗୁଡ଼ିକର ଶିକ୍ଷାଧିକାରୀଙ୍କ ନିକଟକୁ ପ୍ରଶ୍ନପତ୍ର ପଠାଇଛି । କଡ଼ା ସୁରକ୍ଷା ମଧ୍ୟରେ ପ୍ରବେଶିକା ପ୍ରଶ୍ନପତ୍ର ବୋର୍ଡ କର୍ମଚାରୀଙ୍କ ମାର୍ଫତରେ ଜିଲ୍ଲାଗୁଡ଼ିକୁ ପଠାଯାଇଛି । ଆସନ୍ତା ଦୁଇ ଦିନ ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାଗୁଡ଼ିକରେ ପ୍ରଶ୍ନପତ୍ର ପହଞ୍ଚିଯିବ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ନାମ ଲେଖାଇବା ପାଇଁ ଇଚ୍ଛୁକ ଛାତ୍ରଛାତ୍ରୀ ଲାଗି ସରକାରଙ୍କ ପକ୍ଷରୁ ପ୍ରବେଶିକା ପରୀକ୍ଷା ବ୍ୟବସ୍ଥା ରହିଛି । ଏଥିଲାଗି ଜାନୁଆରୀ ୨୩ରୁ ଅନ୍ଲାଇନ୍ରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଫେବ୍ରୁଆରୀ ୨୦ ତାରିଖ ଶେଷ ଦିନ ଥିଲା । ପରବର୍ତ୍ତୀ ସମୟରେ ଉକ୍ତ ଅବଧିକୁ ମାର୍ଚ୍ଚ ୨ ତାରିଖକୁ ବୃଦ୍ଧି କରାଯାଇଥିଲା ।