ମାନବାଧିକାର ଭାଙ୍ଗୁଥିବା ବାଲି ପାଚେରି

ମାନବାଧିକାର ଭାଙ୍ଗୁଥିବା ବାଲି ପାଚେରି

ମାନବାଧିକାର ଭାଙ୍ଗୁଥିବା ବାଲି ପାଚେରି
ମୋରକୋ ଅନ୍ତର୍ଗତ ପଶ୍ଚିମ ସାହାର ଅଞ୍ଚଳରେ ଏକ ସୁଦୀର୍ଘ ବାଲୁକା ପ୍ରାଚୀର ମାନବାଧିକାର ଭଙ୍ଗ କରୁଥିବାର ଗୁରୁତର ଅଭିଯୋଗ ହୋଇଛି । ସାହାରାୱି ସମ୍ପ୍ରଦାୟର ଲୋକଙ୍କ କବଳରୁ ନାଗରିକଙ୍କ ସୁରକ୍ଷା ନିମନ୍ତେ ୧୯୮୭ ରେ ସେହି ବାଲୁକା ପ୍ରାଚୀର ନିର୍ମାଣ କରାଯାଇଥିଲା । ତାହା ଭିତରେ ଲୁହା ତାର, ପଥର କଣ୍ଟା, କାଚ, ଲାଣ୍ଡମାଇନସ ଆଦି ଖଞ୍ଜା ଯାଇଛି ଅର୍ଥାତ କେହି ଅନୁପ୍ରବେଶ କରିବାକୁ ଉଦ୍ୟମ କଲେ ପ୍ରାଣ ଯିବାର ଆଶଙ୍କା ସବୁବେଳେ ରହିଛି । ତଥାପି ପ୍ରାଚୀର ଅତିକ୍ରମ କରିବାକୁ ସାହାରାୱିମାନେ ପଛଘୁଞ୍ଚା ଦେଉନାହାନ୍ତି । ପ୍ରାଚୀରଟି ଅଦ୍ୟାବଧି ପଚିଶ ଶହରୁ ଅଧିକ ସାହାରାୱିଙ୍କ ଜୀବନ ନେଲାଣି । ଏହା ଦ୍ୱାରା ସାହାରାୱିଙ୍କ ମାନବାଧିକାର କ୍ଷୁଣ୍ଣ ହେଉଛି । ତେବେ ନିଜର ନାଗରିକଙ୍କ ସ୍ୱାର୍ଥ ସହ ସାଲିସ କରିବା ପାଇଁ ସେଠାକାର ସରକାର ଚାହୁଁନାହିଁ । ତେଣୁ ଦାବି ହେଉଥିବା ସତ୍ତେ୍ୱ ପ୍ରାଚୀର ଭଙ୍ଗାଯାଉନାହିଁ ।