ମୁହଁ ଖୋଲିଲେ ବରିଷ୍ଠ ନେତା ବିଜୟ ମହାପାତ୍ର

ମୁହଁ ଖୋଲିଲେ ବରିଷ୍ଠ ନେତା ବିଜୟ ମହାପାତ୍ର

ଦୀର୍ଘ ଦିନର ନିରବତା ପରେ ମୁହଁ ଖୋଲିଲେ ବରିଷ୍ଠ ନେତା ବିଜୟ ମହାପାତ୍ର । ସେ କେଉଁ ଦଳକୁ ଯିବେ ସେ ନେଇ ଏଯାଏଁ କୌଣସି ନିଷ୍ପତ୍ତି ନେଇନଥିବା କହିଛନ୍ତି । ଏ ସଂପର୍କରେ ସେ ଶୁଭେଚ୍ଛୁ ଓ ସମର୍ଥକଙ୍କ ସହ ଆଲୋଚନା କରୁଥିବା କହିଛନ୍ତି। ବିଜେପିକୁ ପୁଣି ଫେରିବା ନେଇ ପ୍ରଶ୍ନ ହେବାରୁ ବିଜୟ କହିଛନ୍ତି ଯେ, ଯୋଗାଯୋଗ ସମସ୍ତଙ୍କ ସାଙ୍ଗରେ ଅଛି। ୨୦୧୯ ନିର୍ବାଚନ ଏକ ଜଟିଳ ନିର୍ବାଚନ ହେବ । ଏମିତି ନିର୍ବାଚନ ଓଡିଶାବାସୀ ପୂର୍ବରୁ କେବେ ଦେଖିନଥିବେ ବୋଲି ବିଜୟ କହିବା ପରେ ବଡ ଚର୍ଚ୍ଚା ଆରମ୍ଭ ହୋଇଛି । ଏହାସହ ନିଜର ରାଜନୈତିକ କ୍ୟାରିୟରକୁ ନେଇ ବିଜୟ କହିଛନ୍ତି, ନିର୍ବାଚନମଣ୍ଡଳୀ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଶୁଭେଚ୍ଛାଙ୍କ ସହ ଆଲୋଚନା କରୁଛି । ସମସ୍ତଙ୍କର ପାଖରୁ ଭିନ୍ନ ଭିନ୍ନ ପ୍ରସ୍ତାବ ଆସୁଛି । କିନ୍ତୁ ବର୍ତ୍ତମାନ କୌଣସି ନିଷ୍ପତି ନେଇନି କହିଲେ ବିଜୟ ମହାପାତ୍ର। ଖୁବଶୀଘ୍ର ନିଷ୍ପତି ଜଣାଇବି ବୋଲି କହିଛନ୍ତି ବିଜୟ ।