ମୌସୁମୀ ଅଧିବେଶନ ଆରମ୍ଭ

ମୌସୁମୀ ଅଧିବେଶନ ଆରମ୍ଭ

ମୌସୁମୀ ଅଧିବେଶନ ଆରମ୍ଭ
ଭୁବନେଶ୍ୱର: ମଙ୍ଗଳବାର ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । କରଣା କଟକଣା ମଧ୍ୟ ଅଧିବେଶନ ଆରମ୍ଭ ହୋଇଛି । ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇଥିବାବେଳେ ଲୋକସେବା ଭବନରେ ମାତ୍ର ୬ ଜଣ ବିଧାୟକ ଉପସ୍ଥିତ ଅଛନ୍ତି । ପ୍ରକାଶ ଯେ, ଆରମ୍ଭରୁ ଆତଙ୍କ । କରୋନା ଡର ମଧ୍ୟରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଏମିତି ଆଶା ଆଶଙ୍କାର ବାତାବରଣ ଭିତରେ ବିଧାନସଭା ଆସନ୍ତା ୭ ତାରିଖ ଯାଏଁ ଚାଲିବ । କୋଭିଡ କଟକଣା ଭିତରେ ବିଧାନସଭା ଅଧିବେଶନ ପାଇଁ ଏଥର ବ୍ୟାପକ ବ୍ୟବସ୍ଥା ହୋଇଛି । ସାମାଜିକ ଦୂରତା ରକ୍ଷା ପାଇଁ ସଭ୍ୟମାନଙ୍କ ଆସନ ବଦଳିଛି । କାଚ ବ୍ୟାରିକେଡ ଲାଗିଛି । ବିଧାନସଭାର କୋଣ ଅନୁକୋଣ ଘନ ଘନ ସାନିଟାଇଜ କରାଯାଇଛି ।