ଆଉ ୫ ବିଧାୟକ କରୋନା ପଜିଟିଭ ଚିହ୍ନଟ

ଆଉ ୫ ବିଧାୟକ କରୋନା ପଜିଟିଭ ଚିହ୍ନଟ

ଆଉ ୫ ବିଧାୟକ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ବିଧାନସଭାରେ ୨୫ ବିଧାୟକଙ୍କ ହୋଇଥିବା କରୋନା ଟେଷ୍ଟ ମଧ୍ୟରୁ ଆଉ ୫ ବିଧାୟକ କରୋନା ପଜିଟିଭ ଚିହ୍ନଟ ହୋଇଥିବା ମଙ୍ଗଳବାର ଜଣାପଡ଼ିଛି। ବିଧାୟକ ଜୟନ୍ତ ଷଡଙ୍ଗୀ, ଭୂଦାନ ମୁର୍ମୁ, ଅଙ୍ଗଦ କହଁର, ସରୋଜ ମେହେର , ବିକ୍ରମ ପଣ୍ଡା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଏହି କରୋନା ଟେଷ୍ଟ ହୋଇଥିଲା। ଆଜି ବିଧାନସଭା ମୌସୁମୀ ଅଧିବେଶନ ହେବ। ଏହା ପୂର୍ବରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଧାୟକ ଓ ମନ୍ତ୍ରୀମାନଙ୍କର କରୋନା ପରୀକ୍ଷା କରାଯାଇଥିଲା। ପ୍ରଥମ ପର୍ୟ୍ୟାୟରେ ୨, ଦ୍ୱିତୀୟ ପର୍ୟ୍ୟାୟରେ୧୨ ବିଧାୟକ ପଜିଟିଭ ଚିହ୍ନଟ ହୋଇଥିଲେ। ପ୍ରକାଶ ଯେ, ରାଜ୍ୟରେ କରୋନା ମହାମାରୀ ଏବେ କିଛି ଶୁଣୁନାହିଁ । ଏବେ ଆକ୍ରାନ୍ତଙ୍କ ସଂଖ୍ୟା ଆଉ ଗଣି ହେଉନାହିଁ । ସବୁଠାରୁ ବଡ଼ କଥା ହେଲା ଏବେ ସବୁ ବର୍ଗର ଲୋକେ ସଂକ୍ରମିତ ହୋଇସାରିଲେଣି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ, ଏମିତିକି ଡାକ୍ତର, ପୁଲିସ, ଯବାନଙ୍କୁ ମଧ୍ୟ କରୋନା ଛାଡ଼ି ନାହିଁ ।