ଯୁବକଙ୍କୁ କାମୁଡ଼ି ଜିଭ ଛିଣ୍ଡାଇ ଦେଲା ମାତା

ଯୁବକଙ୍କୁ କାମୁଡ଼ି ଜିଭ ଛିଣ୍ଡାଇ ଦେଲା ମାତା

ଯୁବକଙ୍କୁ କାମୁଡ଼ି ଜିଭ ଛିଣ୍ଡାଇ ଦେଲା ମାତା
କାକଟପୁର - ଗୁରୁବାର ଭୋର ୪ଟାରେ କାକଟପୁର ବସଷ୍ଟାଣ୍ଡ ନିକଟସ୍ଥ ଏକ ଆଶ୍ରମରେ ଜଣେ ଯୁବକ ପଶି କିଛି ଅଘଟଣ ଘଟାଇବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଆଶ୍ରମର ମାତା ସମ୍ପୃକ୍ତ ଯୁବକଙ୍କ ଜିଭ କାମୁଡ଼ି ଛିଣ୍ଡାଇ ଦେଇଥିବା ବେଳେ ଯୁବକ ଜଣକ ପ୍ରାଣ ବିକଳରେ ଦୌଡ଼ି ପଳାଇଛି । ଅଭିଯୋଗ ପାଇଁ କାକଟପୁର ପୁଲିସ ରକ୍ତ ଜୁଡ଼ୁବୁଡ଼ୁ ଛିଣ୍ଡା ଜିଭ ଖଣ୍ଡକୁ ଜବତ କରିଛି । ମାତାଙ୍କୁ ପଚରାଉଚରା ଚଳାଇଛି । ଆଶ୍ରମର ମାତା ଗୁରୁବାର ଭୋର ଚାରିଟାରେ ପ୍ରାଚୀ ନଦୀରେ ସ୍ନାନ ସାରି ଆଶ୍ରମକୁ ଫେରୁ୍ଥିବା ବେଳେ ସମ୍ପୃକ୍ତ ଯୁବକ ଜଣକ ମାତାଙ୍କ ଅନ୍ତଃବସ୍ତ୍ରକୁ ମୁହଁରେ ବାନ୍ଧି ଆଶ୍ରମ ନିକଟରେ ଛିଡ଼ା ହୋଇଥିଲା । ମାତା କିଏ ଛିଡ଼ା ହୋଇଛ ବୋଲି ପଚାରିବାକୁ ସମ୍ପୃକ୍ତ ଯୁବକ ବଡ଼ ଆଖି ଓ ଜିଭ ବାହାର କରି ମାତାଙ୍କୁ ଡରାଇଥିଲା । ମାତା ସାହସ କରି ଯୁବକର ଜିଭକୁ କାମୁଡ଼ି ଧରିଥିଲେ । ଜୀବନ ବିକଳରେ ଯୁବକ ଛାଟିପିଟି ହୋଇ ଦୌଡ଼ି ପଳାଇଥିଲା । ପଳାଇବା ବେଳେ ମାତାଙ୍କ ପାଟିରେ ଯୁବକର କିଛି ଅଂଶ ଜିଭ ରହିଯାଇଥିଲା । ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।