ଆଳୁ, ପିଆଜ ପାଇଁ କଟକଣା, ଆରମ୍ଭ ହେଲା ଚଢ଼ାଉ

ଆଳୁ, ପିଆଜ ପାଇଁ କଟକଣା, ଆରମ୍ଭ ହେଲା ଚଢ଼ାଉ

ଆଳୁ, ପିଆଜ ପାଇଁ କଟକଣା, ଆରମ୍ଭ ହେଲା ଚଢ଼ାଉ
ଭୁବନେଶ୍ୱର - ଆଳୁ, ପିଆଜ ଦରବୃଦ୍ଧି ଯୋଗୁଁ ସରକାର ଏବେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଆଳୁ ପିଆଜ ମହଜୁଦ ରଖିବା ନେଇ ବ୍ୟବସାୟୀଙ୍କ ଲାଗି ନୂଆ କଟକଣା ଜାରି କରିଛି ଯୋଗାଣ ବିଭାଗ । ଧାର୍ଯ୍ୟ ପରିମାଣଠାରୁ ଅଧିକ ଆଳୁ, ପିଆଜ ମହଜୁଦ ରଖିଲେ, ଚଢ଼ାଉ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଏ ନେଇ ଚଢ଼ାଉ ଆରମ୍ଭ ହୋଇଯାଇଛି । ଆଳୁ ଓ ପିଆଜ ଦର ଏବେ ଆକାଶ ଛୁଅାଁ । ଖୁଚୁରା ବଜାରରେ ଆଳୁ କିଲୋ ୨୫-୨୬ ଟଙ୍କାଥିବା ବେଳେ ୧ ନମ୍ବର ହାଟରେ ପିଆଜ କିଲୋ ୧୦୦-୧୧୦ ଟଙ୍କାରେ ବିକି୍ର ହେଉଛି । ଆଳୁ, ପିଆଜ ସଙ୍କଟ ସ୍ଥିତିକୁ ମୁକାବିଲା କରିବା ପାଇଁ ଯୋଗାଣ ବିଭାଗ କଳା ବଜାର ଉପରେ ଅଙ୍କୁଶ ଲଗାଇବାକୁ ବାହାରିଛି । ଯୋଗାଣ ବିଭାଗ ନିଦେ୍ର୍ଧଶ ଦେଇଛି, ଏଣିକି ଭୁବନେଶ୍ୱରର ହୋଲସେଲ ବ୍ୟବସାୟୀମାନେ ସର୍ବାଧିକ ୧୦୦୦ କୁଇଣ୍ଟାଲ ଆଳୁ ଓ ସର୍ବାଧିକ ୨୫୦ କୁଇଣ୍ଟାଲ ପର୍ଯ୍ୟନ୍ତ ପିଆଜ ମହଜୁଦ ରଖିପାରିବେ । ପୂର୍ବରୁ ହୋଲସେଲ ବ୍ୟବସାୟୀମାନେ ସର୍ବାଧିକ ୫୦୦ କୁଇଣ୍ଟାଲ ପର୍ଯ୍ୟନ୍ତ ପିଆଜ ରଖିବାକୁ ଅନୁମତି ଥିଲା । ସେହିପରି କଟକ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ସହରରେ ହୋଲସେଲ ବ୍ୟବସାୟୀ ସର୍ବାଧିକ ୫ ଶହ କୁଇଣ୍ଟାଲ ଆଳୁ ଓ ୨୫୦ କୁଇଣ୍ଟାଲ ପିଆଜ ମହଜୁଦ ରଖିପାରିବେ । ଅନ୍ୟ ସ୍ଥାନରେ ହୋଲସେଲ ବ୍ୟବସାୟୀ ୩ ଶହ କୁଇଣ୍ଟାଲ ଆଳୁ ଓ ୧୫୦ କୁଇଣ୍ଟାଲ ପିଆଜ ପର୍ଯ୍ୟନ୍ତ ନିଜ ପାଖରେ ମହଜୁଦ ରଖିପାରିବେ । ତେବେ ଉପରୋକ୍ତ ୪ ସହରରେ ଖୁଚୁରା ବ୍ୟବସାୟୀ ସର୍ବାଧିକ ୪୦ କୁଇଣ୍ଟାଏ ଆଳୁ ଓ ୨୦ କୁଇଣ୍ଟାଲ ପିଆଜ ମହଜୁଦ ରଖିପାରିବେ । ଅନ୍ୟ ସ୍ଥାନରେ ଖୁଚୁରା ବ୍ୟବସାୟୀ ସର୍ବାଧିକ ୧୫ କୁଇଣ୍ଟାଲ ଆଳୁ ଓ ୮ କୁଇଣ୍ଟାଲ ପର୍ଯ୍ୟନ୍ତ ପିଆଜ ରଖିପାରିବେ । ଏହାଠାରୁ ଅଧିକ ଆଳୁ କିମ୍ବା ପିଆଜ ରଖିଲେ, ବ୍ୟବସାୟିକ କେନ୍ଦ୍ରରେ ଚଢ଼ାଉ କରିବାକୁ ଯୋଗାଣ ବିଭାଗ ନିଦେ୍ର୍ଧଶ ଦେଇଛି । ଆଇଗଣିଆରେ ୧୦ ରୁ ଅଧିକ ଗୋଦାମରେ ଚଢ଼ାଉ ହୋଇଥିଲା । ଆଇଗଣିଆସ୍ଥିତ କୁବେରପୁର ବ୍ୟବସାୟୀ ସଂଘ ସମ୍ପାଦକ ଶକ୍ତିଶଙ୍କର ମିଶ୍ର କହିଛନ୍ତି ଯୋଗାଣ ବିଭାଗର ଯେଉଁ ନୂଆ ନିୟମ ଆଣିଛି, ସେଥିରେ ସାମାନ୍ୟ ପରିବର୍ତ୍ତନ କରିବା ଦରକାର । କାରଣ ଏବେ ବାହାରୁ ଆସୁଥିବା ଗୋଟିଏ ଟ୍ରକରେ ଅନୁ୍ୟନ ୩୦ ରୁ ୩୫ ଟନ୍ ପିଆଜ ଆସୁଛି । ତେଣୁ ପିଆଜ ମହଜୁଦ ରଖିବା ସୀମାକୁ ୫୦୦ କୁଇଣ୍ଟାଲକୁ ବୃଦ୍ଧି କରାଯାଉ ।