ରାଜ୍ୟ ସରକାର ନ କରିଲେ ସୁପ୍ରିମ୍ କୋର୍ଟରେ ପିଟିସନ୍ କରାଯିବ 

ରାଜ୍ୟ ସରକାର ନ କରିଲେ ସୁପ୍ରିମ୍ କୋର୍ଟରେ ପିଟିସନ୍ କରାଯିବ 

ପୁଣି ଥରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ପ୍ରୟାସ ଆରମ୍ଭ କରାଯାଇଛି। ଏନେଇ ପିପୁଲ ଫୋରମ୍ ଫର ପର୍ମାନେଣ୍ଟ ବେଞ୍ଚ ଅଫ ହାଇକୋର୍ଟ ନାମକ ଏକ ସଂଗଠନ ଗଠନ କରବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୁଚନା ଦିଆଯାଇଛି। ଏହାସହ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ଆଗକୁ ଆବଶ୍ୟକ ହେଲେ ସୁପ୍ରିମ କୋର୍ଟରେ ଏକ ପିଟିସନ ଦିଆଯିବ ବୋଲି ସୁଚନା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ପୁର୍ବତନ ସାଂସଦ ଭବାନି ଶଙ୍କର ହୋତା ସମ୍ବଲପୁର ଅଇଁଠାପାଲି ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ସଂଗଠନ ପକ୍ଷରୁ ଯେଉ ପଦକ୍ଷେପ ନିଆଯିବ ନେଇ ଗଣମାଧ୍ୟମକୁ ଅଧିକ ସୁଚନ ଦେଇଥିଲେ। ପୁର୍ବତନ ସାଂସଦ କହିଛନ୍ତି ଯେ ପଶ୍ଚିମ ଓଡିଶାରେ ଦ୍ବିତୀୟ ହାଇକୋଟ ବେଞ୍ଚର ଆବଶ୍ୟକତା ରହିଛି। ଏଥିପାଇ ଲଗାତାର ଭାବେ ଅନେକ ସଂଘଠନ ସହ ଆଇନଜିବୀମାନେ ଆନ୍ଦୋଲନ କରିଆସୁଛନ୍ତି। ୧୧ ବର୍ଷ ପୁର୍ଵରୁ କେନ୍ଦ୍ର ଆଇନ ମନ୍ତ୍ରୀ ଓଡିଶା ହାଇକୋଟ ମୁଖ୍ୟ ବିଚାରପତି ଙ୍କୁ ପୁଣ୍ଣାଙ୍ଗ ପ୍ରସ୍ତାବ ଦେବା ଚିଠି କରିଥିଲେ । ହେଲେ ଆଜି ଯାଏ ତାର କୌଣସି ପ୍ରସ୍ତାବ ଦେଇନାହାନ୍ତି । ତତ୍କାଳିନ ସରକାର ସମୟରେ ମୁଖ୍ୟମନ୍ତ୍ରୀ ଏହାକୁ ନେଇ କୌଣସି ତପ୍ବରତା ପ୍ରକାଶ କରିନଥିଲେ । ଏବେ ରାଜ୍ୟରେ ସରକାର ବଦଳିଥିବା ବେଳେ ନୂତନ ସରକାର ତତ୍ପରତା ପ୍ରକାଶ କରିବେ ବୋଲି ସେ ଆଶା ବ୍ୟକ୍ତ କରୁଥିବା କହିଛନ୍ତି ।