ରଥ ଟଣା ଆରମ୍ଭ

ରଥ ଟଣା ଆରମ୍ଭ

ରଥ ଟଣା ଆରମ୍ଭ
ପୁରୀ: ଧାର୍ଯ୍ୟ ସମୟର ବହୁ ପୂର୍ବରୁ ବାହୁଡ଼ା ଯାତ୍ରାର ରଥ ଟଣା ଆରମ୍ଭ ହୋଇଯାଇଛି । ଶ୍ରୀମନ୍ଦିର ଅଭିମୁଖେ ଗଡ଼ିଛି ଘୋର ଘର୍ଘର ନାଦରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ । ଲକ୍ଷାଧିକ ଶ୍ରଦ୍ଧାଳୁ ହରିବୋଲ, ହୁଳ ହୁଳି ଓ ଜୟ ଜଗନ୍ନାଥ କହି ଟାଣି ନେଉଛନ୍ତି ରଥକୁ । ପ୍ରଥମେ ରଥ ପ୍ରତିଷ୍ଠା, ଧାଡ଼ି ପହଣ୍ଡି, ଶ୍ରୀଜୀଉଙ୍କ ରଥାରୂଢ଼ କରିଥିଲେ । ଏହା ପରେ ଗଜପତି ଦିବ୍ୟସିଂହ ଦେବ ସୁବର୍ଣ୍ଣ ଖଡ଼ିକାରେ ଛେରା ପହଁରା କରିଥିଲେ । ଏହା ପରେ ଚାରମାଳ ଫିଟା ହେବା ପରେ ତାଳଧ୍ୱଜରେ କଳା ଘୋଡ଼ା ବନ୍ଧା ଯାଇଥିଲା । ଏହା ପରେ ଆରମ୍ଭ ହୋଇଛି ରଥ ଟଣା । ଲକ୍ଷ ଲକ୍ଷ ଭକ୍ତ ଆନନ୍ଦ ସହକାରେ ରଥକୁ ଟାଣି ଟାଣି ନେଉଛନ୍ତି । ରଥ ଟଣା ପାଇଁ ଅପରାହ୍ନ ଏହା ୪ଟାରେ ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ପ୍ରାୟ ୧ଟା ୨୦ମିନିଟ୍‌ରେ ପ୍ରଥମେ ତାଳଧ୍ୱଜ ଗଡ଼ିଛି । ଆଉ କିଛି ସମୟ ପରେ ଦେବଦଳନ ଓ ନନ୍ଦିଘୋଷ ରଥ ଟଣା ଆରମ୍ଭ ହେବ । ବାହୁଡ଼ା ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଥିଲା । କିନ୍ତୁ ବହୁତ ସଅଳ ସଅଳ କାର୍ଯ୍ୟ ସବୁ ଶେଷ ହୋଇଛି । ପ୍ରାୟ ସାଢ଼େ ନ’ଟା ବେଳକୁ ପହଣ୍ଡି ଆରମ୍ଭ ହୋଇଯାଇଥିଲା । ଏହା ପରେ ମଧ୍ୟାହ୍ନ ୧୨ଟାରୁ ଛେରା ପହଁରା ଅନୁଷ୍ଠିତ ହୋଇଥିଲା ।