ରାଜଧାନୀରେ ପୋଲିସ ଦମ୍ପତି ହାତାହାତି

ରାଜଧାନୀରେ ପୋଲିସ ଦମ୍ପତି ହାତାହାତି

ରାଜଧାନୀରେ ପୋଲିସ ଦମ୍ପତି ହାତାହାତି
ଭୁବନେଶ୍ୱର: ରାଜଧାନୀରେ ପୋଲିସ ଦମ୍ପତି ହାତାହାତି ହୋଇଛନ୍ତି । ଏନେଇ ଥାନାରେ ଏକ ଏତଲା ଦିଆଯାଇଛି । ଏୟାରଫିଲ୍ଡ ଥାନାରେ ପରସ୍ପର ନାମରେ ସ୍ୱାମୀ ଓ ସ୍ତ୍ରୀ ଅଭିଯୋଗ କରିଛନ୍ତି । ଉଭୟ କନଷ୍ଟେବଳ ଅଲଗା ଅଲଗା ଥାନାରେ କାର୍ଯ୍ୟରତ ଅଛନ୍ତି । ଉଭୟ ପରସ୍ପର ପ୍ରାୟ ୧୦ ବର୍ଷ ହେଲା ଅଲଗା ରହୁଛନ୍ତି । ଆଜି ଭୀମଟାଙ୍କି ସ୍ଥିତ ସ୍ୱାମୀଙ୍କ ଘରକୁ ସ୍ତ୍ରୀ ଯାଇଥିବାବେଳେ ହାତାହାତି ହୋଇଛନ୍ତି । ସ୍ୱାମୀଙ୍କ ପରକୀୟା ପ୍ରୀତିରୁ ବିବାଦ ସୃଷ୍ଟି ଅଭିଯୋଗ ଆଣଛନ୍ତି ସ୍ତ୍ରୀ ।