ରାଜସ୍ଥାନ ରାଜ୍ୟସଭା ନିର୍ବାଚନ; ତୃତୀୟ ସିଟ୍‌ ଲାଗି କଂଗ୍ରେସର କସରତ

ରାଜସ୍ଥାନ ରାଜ୍ୟସଭା ନିର୍ବାଚନ; ତୃତୀୟ ସିଟ୍‌ ଲାଗି କଂଗ୍ରେସର କସରତ

ରାଜସ୍ଥାନ ରାଜ୍ୟସଭା ନିର୍ବାଚନ; ତୃତୀୟ ସିଟ୍‌ ଲାଗି କଂଗ୍ରେସର କସରତ

 ରାଜସ୍ଥାନ:  ରାଜସ୍ଥାନର ୪ ରାଜ୍ୟସଭା ସିଟରେ ଜୁନ ୧୦ରେ ନିର୍ବାଚନ ହବ। ଏଥର ହେବାକୁ ଥିବା ନିର୍ବାଚନ ରୋଚକ ହେବାକୁ ଯାଉଛି। ଏହି ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଗେହଲଟଙ୍କୁ କସରତ କରିବାକୁ ପଡ଼ିପାରେ। କଂଗ୍ରେସ ୪ ସିଟରୁ ତିନୋଟି ସିଟ ହାସଲ କରିବାକୁ ନେଇ ଆଶ୍ବସ୍ତ ରହିଛି।  ତେବେ କଂଗ୍ରେସକୁ ତୃତୀୟ ରାଜ୍ୟସଭା ସିଟ୍ ଜିତିବା ପାଇଁ ସ୍ବାଧୀନ ବିଧାୟକଙ୍କ ସମର୍ଥନ ଦରକାର ପଡିପାରେ। ଏଥିପାଇଁ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଗେହଲଟ ମୁଖ୍ୟମନ୍ତ୍ରୀ ପରାମର୍ଶଦାତା ସମିତି ଗଠନ କରି  ସ୍ବାଧୀନ ବିଧାୟକଙ୍କୁ  ଏଥିରେ ସାମିଲ କରି ବିଜେପିକୁ ରାଜନୀତି ସ୍ତରରେ ଝଟକା ଦେଇଛନ୍ତି।  ବିଜେପି ଗୋଟିଏ ରାଜ୍ୟସଭା ସିଟ ଜିତିବା ନିଶ୍ଚିତ। ଆଉ ଗୋଟିଏ ରାଜ୍ୟସଭା ସିଟ୍ ହାତେଇବା ପାଇଁ ସ୍ବାଧୀନ ବିଧାୟକଙ୍କ ସମର୍ଥନ ନିହାତି ଆବଶ୍ୟକ ପଡିବ। କିନ୍ତୁ ସମସ୍ତ ୧୩ ସ୍ବାଧୀନ ବିଧାୟକ ଗେହଲଟ ସରକାରଙ୍କୁ ସମର୍ଥନ କରୁଛନ୍ତି। ତେବେ ସ୍ବାଧୀନ ବିଧାୟକଙ୍କ ଅସନ୍ତୋଷକୁ ନେଇ ବିଜେପି  ରାଜନୀତୀ ଫାଇଦା ଉଠାଇବା ପୂର୍ବରୁ  ଗେହଲଟ ସେମାନେଙ୍କ ଅସନ୍ତୋଷ ଦୂର କରି ଦେଇଛନ୍ତି।

ବିଜେପି ୪ ଟି ସିଟ୍ ମଧ୍ୟରୁ ୨ ଟି ପ୍ରାର୍ଥୀ ଦେଇପାରେ। ଅତି କମରେ ଦୁଇଟି ଆସନରେ ବିଜେପି ପ୍ରାର୍ଥୀ  ଦେଇ କଂଗ୍ରେସ ପାଇଁ  ଚ୍ୟାଲେଞ୍ଜ ସୃଷ୍ଟି କରିବ। ଦୁଇଟି ଆସନ ଜିତିବା ପାଇଁ କଂଗ୍ରେସର ସଂଖ୍ୟାଗରିଷ୍ଠତା ରହିଛି। କିନ୍ତୁ ତୃତୀୟ ଆସନ ଜିତିବାକୁ ହେଲେ ସ୍ୱାଧୀନ ବିଧାୟକଙ୍କ ସାହାଯ୍ୟ ନେବାକୁ ପଡିବ। ଏଭଳି ପରିସ୍ଥିତିରେ ବିଜେପି ମଧ୍ୟ ୨ଟି ଟି ଆସନରେ ପ୍ରାର୍ଥୀ  ଦେଇ ରାଜନୈତିକ ବାତାବରଣକୁ ରୋଚକ କରିବ।