ରାଜସ୍ଥାନ ରୟାଲ୍ସ ପରେ ଦିଲ୍ଲୀ କ୍ୟାପିଟାଲସ ମଧ୍ୟ କରୋନା ଲଢେ଼ଇରେ ସାମିଲ

ରାଜସ୍ଥାନ ରୟାଲ୍ସ ପରେ ଦିଲ୍ଲୀ କ୍ୟାପିଟାଲସ ମଧ୍ୟ କରୋନା ଲଢେ଼ଇରେ ସାମିଲ

ରାଜସ୍ଥାନ ରୟାଲ୍ସ ପରେ ଦିଲ୍ଲୀ କ୍ୟାପିଟାଲସ ମଧ୍ୟ କରୋନା ଲଢେ଼ଇରେ ସାମିଲ
ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସ ପରେ ଦିଲ୍ଲୀ କ୍ୟାପିଟାଲସ ମଧ୍ୟ କରୋନା ଲଢେ଼ଇରେ ସାମିଲ ହୋଇଛି । କ୍ୟାପିଟାଲ୍ସ ପକ୍ଷରୁ ଦେଢ଼ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ଏହି ଅର୍ଥ ରାଜଧାନୀ ଦିଲ୍ଲୀରେ ବିଭିନ୍ନ ହସ୍ପିଟାଲକୁ ଆବଶ୍ୟକୀୟ ଡାକ୍ତରୀ ଉପକରଣ, ଅକ୍ସିଜେନ ସିଲିଣ୍ଡର ଯୋଗାଇବାରେ ଖର୍ଚ୍ଚ କରାଯିବ । କ୍ୟାପିଟାଲ୍ସ ପକ୍ଷରୁ କୁହାଯାଇଛି, ଫ୍ରାଞ୍ଚାଇଜ ଏବଂ ଏହାର ପୃଷ୍ଠପୋଷକ ଜେଏସଡବ୍ଲୁ୍ୟ ଫାଉଣ୍ଡେସନ ଓ ଜିଏମଆର ଭାରାଲକ୍ଷ୍ମୀ ଫାଉଣ୍ଡେସନ ପକ୍ଷରୁ ୨ଟି ଏନଜିଓ ଯଥା ହେମକାଣ୍ଟ ଫାଉଣ୍ଡେସନ ଓ ଉଦୟ ଫାଉଣ୍ଡେସନ ଦେଢ଼ କୋଟି ଟଙ୍କା କରୋନା ସହୟତା ରାଶି ପ୍ରଦାନ କରାଯାଇଛି । ଏହି ସଂସ୍ଥା ଦିଲ୍ଲୀରେ ବିଭିନ୍ନ ହସ୍ପିଟାଲ୍ସକୁ ଆବଶ୍ୟକୀୟ ଚିକିତ୍ସା ଉପକରଣ ପଠାଇବାରେ ଖର୍ଚ୍ଚ କରିବେ ।’