ରାଜ୍ୟରେ ଅକ୍ସିଜେନ ଅଭାବ ହେବନି: ACS

ରାଜ୍ୟରେ ଅକ୍ସିଜେନ ଅଭାବ ହେବନି: ACS

ରାଜ୍ୟରେ ଅକ୍ସିଜେନ ଅଭାବ ହେବନି: ACS
ଭୁବନେଶ୍ୱର: କୋଭିଡ ନିୟମ ପାଳନ କରିବାକୁ ନିବେଦନ କଲେ ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ । ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଦ୍ୱିତୀୟ ଲହର ଏତେ ଭୟାନକ ହେବ ବୋଲି ଆଶା କରିନଥିଲୁ । ଏବେ ଦେଶର ୮୦ ପ୍ରତିଶତ କେସ୍ ୮/୯ଟି ରାଜ୍ୟରୁ ଆସୁଛି । ସଂକ୍ରମଣରେ ଜାତୀୟ ହାରରେ ଓଡିଶାର ଭାଗ ପ୍ରାୟ ୧.୮ % ରହିଛି । ଆଜି ସଂକ୍ରମଣରେ ସର୍ବକାଳୀନ ରେକର୍ଡ ୮୬୮୧ ରହିଛି । କୋଭିଡ ନିୟମ ପାଳନ କଲେ ଆମେ ଏହାକୁ ନିୟନ୍ତ୍ରଣ କରିପାରିବା । କୋଭିଡ ନିୟମ ମାନନ୍ତୁ, ମାସ୍କ ପିନ୍ଧନ୍ତୁ, ବଜାର ଗଲେ ସଚେତନ ରହନ୍ତୁ । ଆମ ରାଜ୍ୟରେ ଟେଷ୍ଟିଂ ବଢାଇଛୁ, ୨୫ ହାଜର ଆରଟିପିଆର ଲକ୍ଷ୍ୟ ରହିଛି । ପଶ୍ଚିମବଙ୍ଗ, ଛତିଶଗଡ ସୀମା ସିଲ୍ କରି ସଂକ୍ରମଣ ନିୟନ୍ତ୍ରଣ ଚେଷ୍ଟା କରିଛୁ । ଦେଶର ସ୍ଥିତି କେଉଁ ଆଡକୁ ଯିବ, କେହି ଆକଳନ କରିପାରୁନାହାନ୍ତି । ଯେତେ ପଦକ୍ଷେପ ନେଲେ ବି କୋଭିଡ ଲହର ଏପର୍ଯ୍ୟନ୍ତ କମିନାହିଁ । ହସ୍ପିଟାଲ ବ୍ୟବସ୍ଥା ଅନୁଯାୟୀ ଏବେ ଠିକ୍ ଅବସ୍ଥାରେ ଅଛୁ । ଆଗକୁ ସ୍ଥିତି କଣ ହେବ, କିଛି ଆକଳନ କରିହେଉନାହିଁ । ଏବେ ୩୩% ସାଧାରଣ ବେଡ୍ , ୬୯% ଆସିୟୁ, ୩୫% ଭେଂଟିଲେଟର ବ୍ୟବହୃତ ହୋଇଛି । ରାଜ୍ୟରେ ଅକ୍ସିଜେନର କୌଣସି ଅଭାବ ହେବ ନାହିଁ । କୌଣସି ହସ୍ପିଟାଲରେ ସିଲିଣ୍ଡର ଯେମିତି ଖାଲି ରହିବନି, ନିଦେ୍ର୍ଧଶ ହୋଇଛି ବୋଲି ଏସିଏସ କହିଛନ୍ତି ।