ରାଜା ଆଚାର୍ୟ୍ୟକୁ ମିଳିଲା ବେଲ୍
ରାଜା ଆଚାର୍ୟ୍ୟକୁ ମିଳିଲା ବେଲ୍
ଭୁବନେଶ୍ବର: ଦାଦାବଟି ଅଭିଯୋଗରେ ଗିରଫ ଦୁର୍ଦ୍ଦାନ୍ତ ଅପରାଧୀ ରାଜା ଆଚାର୍ୟ୍ୟକୁ ମିଳିଛି ବେଲ୍ । ୧୪ ମାସ ଜେଲରେ ରହିବା ପରେ ମୁକୁଳିଛି ରାଜା ।
ଗତ ଅକ୍ଟୋବର ୨୦୨୦ କ୍ୟାପିଟାଲ ଥାନା ଦାଦାବଟି ଅଭିଯୋଗରେ ରାଜା ଆଚାର୍ୟ୍ୟକୁ ଗିରଫ କରିଥିଲା ପୋଲିସ । ପରେ ତା ବିରୋଧରେ ଜାତୀୟ ନିରାପତ୍ତା ଆଇନ ଲଗାଇଥିଲା କମିଶନରେଟ ପୋଲିସ । ପରେ ୧୪ ମାସ ଜେଲରେ ରହିବା ପରେ ସୋମବାର ସନ୍ଧ୍ୟାରେ ଜେଲରୁ ମୁକୁଳିଛି । ବିରଞ୍ଚି ଦାସ ହତ୍ୟା ମାମଲାରେ ସେ ଜେଲରେ ଅଭିଯୁକ୍ତ ଭାବେ ସଜା କାଟି ବେଲରେ ଆସିବା ପରେ ଏକ ଦାଦାବଟି ମାମଲାରେ ପୁଣି ଜେଲ ଯାଇଥିଲା ।




admin 