ରାଜ୍ୟ କ୍ୟାବିନେଟ୍ରେ ୧୨ ପ୍ରସ୍ତାବକୁ ମୋହର
ରାଜ୍ୟ କ୍ୟାବିନେଟ୍ରେ ୧୨ ପ୍ରସ୍ତାବକୁ ମୋହର
ଭୁବନେଶ୍ବର: ରାଜ୍ୟ କ୍ୟାବିନେଟରେ ୧୨ଟି ପ୍ରସ୍ତାବକୁ ମୋହର । ଏଥିରେ ୫ଟି ମୋଗା ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ରାଜ୍ୟବାସୀଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇବାକୁ ପ୍ରାଥମିକତା ଦେଇଛନ୍ତି ରାଜ୍ୟ ସରକାର । ଓମ୍ବାଡ୍ସି ଯୋଜନାରେ ମୟୂରଭଞ୍ଜ ଜିଲ୍ଲାରେ ଦୁଇଟି ବୃହତ ପାନୀୟଜଳ ଯୋଗାଣ ପ୍ରକଲ୍ପକୁ ଇପିସି ନିବିଦା ମାଧ୍ୟମରେ କାର୍ୟ୍ୟକାରୀ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଏହି ପ୍ରକଲ୍ପ ଦ୍ବାରା କପ୍ତିପଦା, ସମାଖୁଣ୍ଟା, ବାରିପଦା, ସାରସକଣା, କୁଳିଅଣା ଓ ବାଙ୍ଗିରିପୋଷୀ ଅଧିନରେ ଥିବା ଶତାଧିକ ଗାଁକୁ ଯୋଗାଇ ଦିଆଯିବ ବିଶୁଦ୍ଧ ପାନୀୟ ଜଳ ।
ଏଥିପାଇଁ ହୋଇଥିବା ବ୍ୟୟବରାଦକୁ ଅନୁମୋଦନ କରିଛି ରାଜ୍ୟ କ୍ୟାବିନେଟ । ସେହିପରି ଜେଏମଏମ ଯୋଜନାରେ କଟକ ଜିଲ୍ଲାରେ ଗୋଟିଏ ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରି ମିଳିଛି । ଜିଲ୍ଲାର ବାଙ୍କୀ, ଡମପଡ଼ା ଓ ବାରଙ୍ଗ ଅଧିନରେ ଥିବା ୧୩୩ଟି ଗାଁକୁ ବିଶୁଦ୍ଧ ପାଣି ଯୋଗାଇ ଦିଆଯିବ । ସେହିପରି ସମ୍ବଲପୁର ଜିଲ୍ଲାର ଯୁଯୁମୁରା, ମାନେଶ୍ବର, ନାକଟିଦେଉଳ ଓ ରେଢାଖୋଲ ବ୍ଲକ ଅଧିନରେ ଥିବା ୪୩ ପଞ୍ଚାୟତକୁ ପାନୀୟ ଜଳଯୋଗାଣ ପାଇଁ ଦୁଇଟି ମେଗା ପାନୀୟ ପ୍ରକଳ୍ପକୁ ଅନୁମୋଦନ ମିଳିଛି ।
୨୪ ମାସ ମଧ୍ୟରେ ପ୍ରକଳ୍ପ କାର୍ୟ୍ୟ ସାରିବାକୁ ଲକ୍ଷ ରଖାଯାଇଛି । ଏଥିସହ ଭୁବନେଶ୍ୱର ଆଇଆଇଟିକୁ ୬୧୮ ଏକର ୬୬ ଡେସିମିଲ୍ ଜମି ଯୋଗାଇ ଦିଆଯିବା ନେଇ କ୍ୟାବନେଟ୍ ବୈଠକରେ ନିଷ୍ପତ୍ତି ହୋଇଛି । ଏହି ଜମି ବିନା ମୂଲ୍ୟରେ ଯୋଗାଇ ଦିଆଯିବ ।ଏନଆଇଏଫଟିକୁ ୧୦ ଏକର ଜମି ଓ ଭିତ୍ତିଭୂମି ବିକାଶ ପାଇଁ ୫୮.୬୫ କୋଟି ଟଙ୍କା ପ୍ରଦାନ କରାଯିବ । ସେହିପରି ଙଚଝଉ ଜରିଆରେ ଅବକାରୀ ବିଭାଗର ଉପ ଅବକାରୀ ଅଧିକ୍ଷକଙ୍କୁ ନିଯୁକ୍ତି ଦିଆଯିବା ନେଇ ନିଷ୍ପତ୍ତି ନିଆଯାଇଛି ।




admin 