ରାଜ୍ୟରେ ଆଉ ୬୭ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଉ ୬୭ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଉ ୬୭ ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ ଆଉ ୬୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬ରେ ପହଁଚିଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରେ ୭, ପୁରୀରେ ୧୬, ଖୋର୍ଦ୍ଧାରେ ୩, କଟକରେ ୨, ନୟାଗଡ଼ରେ ୧୩, ସୁନ୍ଦରଗଡ଼ରେ ୪, ଜଗତସିଂହପୁରରେ ୧, ଅନୁଗୁଳରେ ୬, କଳାହାଣ୍ଡିରେ ୪, ବଲାଙ୍ଗୀରରେ ୭, ମାଲକାନାଗିରିରେ ୨, ଢେଙ୍କାନାଳରେ ୧ ଓ ନୂଆପଡ଼ାରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ପ୍ରଥମଥର ପାଇଁ ବରଗଡ ଓ ନୂଆପଡା ଛୁଇଁଛି କରୋନା। ନୂତନ ଆକ୍ରାନ୍ତଙ୍କୁ ମିଶାଇଲେ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬ରେ ପହଞ୍ଚିଛି। ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮୩୨ ରହିଥିବାବେଳେ ସୁସ୍ଥ ହୋଇଛନ୍ତି ୪୯୭। ଏହି ନୂତନ ୬୭ ମଧ୍ୟରୁ ୬୦ କ୍ବାରେଣ୍ଟିନ୍‌ କେନ୍ଦ୍ରର ରହିଥିବାବେଳେ, ଚାରିଜଣ ହୋମ୍‌ କ୍ବାରେଣ୍ଟିନ୍‌ର ରହିଥିବାବେଳେ ୩ଜଣ ସ୍ଥାନୀୟ ଲୋକ ଅଛନ୍ତି।