ରାଜ୍ୟରେ ଆଜିଠୁ ୧୪ ଦିନିଆ ତାଲାବନ୍ଦ ଆରମ୍ଭ

ରାଜ୍ୟରେ ଆଜିଠୁ ୧୪ ଦିନିଆ ତାଲାବନ୍ଦ ଆରମ୍ଭ

ରାଜ୍ୟରେ ଆଜିଠୁ ୧୪ ଦିନିଆ ତାଲାବନ୍ଦ ଆରମ୍ଭ
ଭୁବନେଶ୍ୱର: କରୋନା ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ଆଜିଠାରୁ ଲାଗୁ ହେଲା ଲକଡାଉନ । ରାଜ୍ୟରେ ଆଜିଠୁ ୧୪ ଦିନିଆ ଲକଡାଉନ ଆରମ୍ଭ ହୋଇଛି । ପ୍ରତିଦିନ ମଧ୍ୟାହ୍ନ ୧୨ଟା ଯାଏ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ । ମେ’ ୧୯ ସକାଳ ଯାଏ ଲକଡାଉନ କଟକଣା ବଳବତର ରହିବ । ପ୍ରତି ଶୁକ୍ରବାର ସଂନ୍ଧ୍ୟା ୬ରୁ ସୋମବାର ସକାଳ ଯାଏ ସଂପୂର୍ଣ୍ଣ ସଟଡାଉନ ଲାଗୁ କରାଯିବ । ଆଜିଠାରୁ ରାଜ୍ୟବ୍ୟାପୀ ଲକଡାଉନ ଆରମ୍ଭ ହେଉଛି । ଲକଡାଉନ ସମୟରେ ଯେପରି ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଲୋକ ହଇରାଣ ନ ହୁଅନ୍ତି, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି । ରାଜ୍ୟରେ କରୋନା ଦ୍ୱିତୀୟ ଲହରକୁ ରୋକିବା ପାଇଁ ସରକାର ଗତ ମାସରେ ଅନେକ ପଦକ୍ଷେପ ନେଇଥିଲେ ।