ରାଜ୍ୟରେ ୬୬୮ ଆକ୍ରାନ୍ତ ଚିହ୍ନଟ, ୧୭ ମୃତ

ରାଜ୍ୟରେ ୬୬୮ ଆକ୍ରାନ୍ତ ଚିହ୍ନଟ, ୧୭ ମୃତ

ରାଜ୍ୟରେ ୬୬୮ ଆକ୍ରାନ୍ତ ଚିହ୍ନଟ, ୧୭ ମୃତ
ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ କମୁଥିବା ବେଳେ ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁ ନାହିଁ । ସଂକ୍ରମଣ ସଂଖ୍ୟା ୨ ହଜାରରୁ ହ୍ରାସ ପାଇ ୬୬୮ରେ ପହଞ୍ଚିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା କମିବାର ନାମ ନେଉନାହିଁ । ଆଜି ଏହି କ୍ରମରେ ୬୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୭ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧,୬୫୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ସୁନ୍ଦରଗଡ଼ରୁ ଓ ଭୁବନେଶ୍ୱରରୁ ସର୍ବାଧିକ ୪ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ସମ୍ବଲପୁରରୁ ୩, ବରଗଡ଼ ଓ ଝାରସୁଗୁଡ଼ାରୁ ୨ ଜଣ ଲେଖାଏଁ, ବଲାଙ୍ଗୀର, କେନ୍ଦ୍ରାପଡାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ୬୬୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩୮୫ ଜଣ କ୍ୱାରେଣ୍ଟିନରୁ ଏବଂ ସ୍ଥାନୀୟ ଆକ୍ରାନ୍ତ ୨୮୩ ଜଣ ରହିଛନ୍ତି । ନୂଆପଡାରୁ ସର୍ବାଧିକ ୬୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ଅନୁଗୁଳରୁ ୪୬, ବାଲେଶ୍ୱରରୁ ୩୮, ବରଗଡରୁ ୧୮, ଭଦ୍ର୍ରକରୁ ୧୫, ବଲାଙ୍ଗୀରରୁ ୨୮, ବୌଦ୍ଧରୁ ୭, କଟକରୁ ୩୭, ଦେବଗଡରୁ ୨, ଢେଙ୍କାନାଳରୁ ୬, ଗଜପତିରୁ ୪, ଗଞ୍ଜାମରୁ ୧୨, ଜଗତସିଂହପୁରରୁ ୨୫, ଯାଜପୁରରୁ ୧୮, ଝାରସୁଗୁଡାରୁ ୨୩, କଳାହାଣ୍ଡିରୁ ୧୧, କନ୍ଧମାଳରୁ ୩, କେନ୍ଦ୍ରାପଡାରୁ ୨୧, କେନ୍ଦୁଝରରୁ ୩୮, ଖୋର୍ଦ୍ଧାରୁ ୫୬, ମାଲକାନଗିରିରୁ ୮, ମୟୁରଭଞ୍ଜରୁ ୫୦, ନବରଙ୍ଗପୁରରୁ ୯, ନୟାଗଡରୁ ୮, ନୂଆପଡାରୁ ୬୮, ପୁରୀରୁ ୨୩, ରାୟଗଡାରୁ ୨, ସମ୍ବଲପୁରରୁ ୨୫, ସୁନ୍ଦରଗଡରୁ ୫୫ ଏବଂ ଷ୍ଟେଟ ପୁଲରୁ୧୨ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୧୪ ହଜାର ୬୨୯ରେ ପହଞ୍ଚିଛି । ଏହା ମଧ୍ୟରୁ ୩ ଲକ୍ଷ ୫ ହଜାର ୮୧୩ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭୧୦୬ ରହିଛି । ସେହିପରି ଆଜି ସୁଦ୍ଧା ରାଜ୍ୟରେ ସମୁଦାୟ ୫୬ ଲକ୍ଷ ୪ ହଜାର ୫୩୨ଟି ନମୂନା ପରୀକ୍ଷଣ ହୋଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।