ଛତିଶଗଡରେ ୩ ନକ୍ସଲ ନିହତ

ଛତିଶଗଡରେ ୩ ନକ୍ସଲ ନିହତ

ଛତିଶଗଡରେ ୩ ନକ୍ସଲ ନିହତ
କାଙ୍କେର : ଛତିଶଗଡଗର କାଙ୍କେର ଜିଲ୍ଲାରେ ଆଜି ୩ ନକ୍ସଲ ପ୍ରାଣ ହରାଇଛନ୍ତି । ମାଓ ଉପଦ୍ରୁତ ଛତିଶଗଡରେ ସୋମବାର ଏହି ଏନକାଉଣ୍ଟର ଘଟିଥିବା ବେଳେ ତିନି ନକ୍ସଲଙ୍କ ପ୍ରାଣହାନି ଘଟିଛି । ନିହତ ନକ୍ସଲଙ୍କ ମଧ୍ୟରେ ଜଣେ ମହିଳା ରହିଥିବା ଜଣାପଡିଛି । କାଙ୍କେର ଜିଲ୍ଲା ଅନ୍ତର୍ଗତ ରାଓଘାଟ ଥାନା ଅନ୍ତର୍ଗତ ଅଞ୍ଚଳରେ ସୁରକ୍ଷା ବଳଙ୍କ ପକ୍ଷରୁ ପ୍ୟାଟ୍ରୋଲିଂ ସମୟରେ ଏହି ଏନକାଉଣ୍ଟର ଘଟିଥିଲା । ସଶସ୍ତ୍ର ସୀମା ବଳ (ଏସଏସବି)ର ଯବାନ ମାନେ ପ୍ୟାଟ୍ରୋଲିଂ କରୁଥିବା ସମୟରେ ନକ୍ସଲଙ୍କ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା । ଜବାବରେ ଯବାନଙ୍କ ପକ୍ଷରୁ ପାଲଟା ଗୁଳିଚାଳନାରେ ତିନି ନକ୍ସଲ ପ୍ରାଣ ହରାଇଥିଲେ । ଏହି ଏନକାଉଣ୍ଟରରେ ଜଣେ ଯବାନଙ୍କ ଠାରେ ମଧ୍ୟ ଗୁଳି ବାଜିଛି । ତେବେ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯବାନଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ରହିଥିବା ନେଇ ବସ୍ତରର ଆଇଜି ପି ସୁନ୍ଦରରାଜ ପ୍ରକାଶ କରିଛନ୍ତି । ଅନ୍ୟ ନକ୍ସଲୀ ମାନେ ପଳାୟନ କରିଥିବା ବେଳେ ଘଟଣାସ୍ଥଳରୁ ଦୁଇଟି ଏସଏଲଆର ବନ୍ଧୁକ ଜବତ କରାଯାଇଛି ।