ରାଷ୍ଟ୍ରପତିଙ୍କ ରାତ୍ରିଭୋଜନକୁ ମନମୋହନ, ଗୁଲାମ ନବି ଆଜାଦଙ୍କ ବର୍ଜନ

ରାଷ୍ଟ୍ରପତିଙ୍କ ରାତ୍ରିଭୋଜନକୁ ମନମୋହନ, ଗୁଲାମ ନବି ଆଜାଦଙ୍କ ବର୍ଜନ

ରାଷ୍ଟ୍ରପତିଙ୍କ ରାତ୍ରିଭୋଜନକୁ ମନମୋହନ, ଗୁଲାମ ନବି ଆଜାଦଙ୍କ ବର୍ଜନ
ଅହମ୍ମଦାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ମାନ ଉଦ୍ଦେଶ୍ୟରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏକ ରାତ୍ରିଭୋଜନର ଆୟୋଜନ କରିଛନ୍ତି । ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ରାଜ୍ୟସଭାରେ ବିରୋଧୀ ଦଳ ନେତା ଭାବେ ଗୁଲାମ ନବି ଆଜାଦ ରାଷ୍ଟ୍ରପତିଙ୍କ ଏହି ରାତ୍ରିଭୋଜନକୁ ବର୍ଜନ କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ରାତ୍ରିଭୋଜନରେ ଯୋଗ ଦେଇପାରିବେ ନାହିଁ ବୋଲି ପୂର୍ବରୁ ଜଣାଇ ଦେଇଥିଲେ । ତେବେ କଂଗ୍ରେସ ସଂସଦୀୟ ପାର୍ଟି ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇ ନଥିବାରୁ ସେ ଏହି କାର୍ଯ୍ୟରେ ଯୋଗ ଦେବେ ନାହିଁ ବୋଲି ଗୁଲାମ ନବି ଆଜାଦ କହିଛନ୍ତି । ସେହିଭଳି ଲୋକସଭାରେ ବିରୋଧୀ ଦଳ ନେତା ଭାବେ ଅଧୀର ରଞ୍ଜନ ଚୌଧୁରୀ ମଧ୍ୟ ସମାନ କାରଣ ଦର୍ଶାଇ ରାଷ୍ଟ୍ରପତିଙ୍କୁ ରାତ୍ରିଭୋଜନକୁ ବର୍ଜନ କରିଛନ୍ତି ।