ରାହୁଲଙ୍କ ଅଭିଯୋଗ: ହାଓଡ଼ି ମୋଦି ପାଇଁ ଖର୍ଚ୍ଚ ହେଉଛି ୧.୪ ଲକ୍ଷ କୋଟି

ରାହୁଲଙ୍କ ଅଭିଯୋଗ: ହାଓଡ଼ି ମୋଦି ପାଇଁ ଖର୍ଚ୍ଚ ହେଉଛି ୧.୪ ଲକ୍ଷ କୋଟି

ରାହୁଲଙ୍କ ଅଭିଯୋଗ: ହାଓଡ଼ି ମୋଦି ପାଇଁ ଖର୍ଚ୍ଚ ହେଉଛି ୧.୪ ଲକ୍ଷ କୋଟି
ନୂଆଦିଲ୍ଲୀ : ଆମେରିକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ହାଓଡ଼ି ମୋଦି’ କାର୍ଯ୍ୟକ୍ରମକୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କର୍ପୋରେଟ ଟିକସ ହ୍ରାସ ଓ ଦେଶର ମାନ୍ଦା ଅର୍ଥ ବ୍ୟବସ୍ଥା ସହିତ ଯୋଡ଼ିଛନ୍ତି । ଟୁଇଟ୍ କରି ସେ ଲେଖିଛନ୍ତି ଯେ ‘ହାଓଡ଼ି ମୋଦି’ କାର୍ଯ୍ୟକ୍ରମ ଭିତରେ ସେୟାର ବଜାର ପାଇଁ ମୋଦି ଯାହା କରିଛନ୍ତି ତାହା ଅତି ଉତ୍ତମ । ହୁ୍ୟଷ୍ଟନରେ ହେଉଥିବା ଏହି ‘ହାଓଡି ମୋଦି କାର୍ଯ୍ୟକ୍ରମ ପାଇଁ ୧.୪ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଯାହାକି ବିଶ୍ୱରେ ସବୁଠାରୁ ମହଙ୍ଗା କାର୍ଯ୍ୟକ୍ରମ । କିନ୍ତୁ ଏଭଳି କୌଣସି କାର୍ଯ୍ୟକ୍ରମ ଦେଶର ବାସ୍ତବ ଆର୍ଥିକ ସଙ୍କଟକୁ ଲୁଚାଇ ପାରିବ ନାହିଁ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କମ୍ପାନୀମାନଙ୍କ ପାଇଁ କର୍ପୋରେଟ ଟିକସ ୧୦ ପ୍ରତିଶତ ହ୍ରାସ ଘୋଷଣା କରିବା ପରେ ରାହୁଲ ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ।