ଲକଡାଉନ ଖୋଲିଲେ ବଢ଼ିବ ବିମାନ ଭଡ଼ା!

ଲକଡାଉନ ଖୋଲିଲେ ବଢ଼ିବ ବିମାନ ଭଡ଼ା!

ଲକଡାଉନ ଖୋଲିଲେ ବଢ଼ିବ ବିମାନ ଭଡ଼ା!
ଭୁବନେଶ୍ୱର: ବିମାନ ସେବା କେବେ ଆରମ୍ଭ ହେବ, ସେ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କିଛି ସ୍ପଷ୍ଟ କରୁନି । ବିମାନ ସେବା କେବେ ଆରମ୍ଭ ହେବ ସେ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରିଛି । ହେଲେ ବିମାନ କମ୍ପାନୀ ଗୁଡ଼ିକ ଟିକେଟ ବୁକିଂ ରଖିବା ଆରମ୍ଭ କରି ଦେଇଛନ୍ତି । ମେ’୩ ରେ ଲକଡାଉନ ଅବଧି ସରିବା ପରେ ପୁଣି ବଢ଼ିବ କି ନାହିଁ ବିମାନ ସେବା ଆରମ୍ଭ ହେବ କି ନାହିଁ, ସେ ନେଇ କ୍‌ିଛି ନିଷ୍ପତ୍ତି ହୋଇନଥିଲେ ହେଁ ବିମାନ କମ୍ପାନୀ ଗୁଡ଼ିକ ଟିକେଟ ବିକିବା ଆରମ୍ଭ କରିଦେଇଛନ୍ତି । ଜୁନ ୧ ରୁ ଅଧିକାଂଶ ବିମାନ କମ୍ପାନୀ ଟିକେଟ ବୁକିଂ ରଖିଛନ୍ତି । କିନ୍ତୁ ଲକଡାଉନ ଖୋଲିବା ପରେ ବିମାନ ଭଡ଼ା ପୂର୍ବାପେକ୍ଷା ଅଧିକ ରହିବ ବୋଲି ବେସମାରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ମିଳିଥିବା ସୂଚନା ଅନୁସାରେ, ବେସାମରିକ ବିମାନ ଚଳାଚଳ ଜୁନ ୧ ରୁ ଆରମ୍ଭ ହୋଇପାରେ । କିଛି ନିଷ୍ପତ୍ତି ହୋଇନଥିଲେ ମଧ୍ୟ ପ୍ରଥମ ଘରୋଇ ବିମାନ ଯାତାୟତ କରିବ ବୋଲି କୁହାଯାଉଛି । ଯେଉଁ ରାଜ୍ୟ କରୋନା ମୁକ୍ତ ଥିବ ସେଠାକୁ ଉଡାଣ କରିବ । ଏହା ପରେ ଅନ୍ତର୍ଜାତୀୟ ବିମାନ ଉଡାଣ କରିବ । ଏହା ବି କରୋନା ମୁକ୍ତ ଦେଶ ହୋଇଥିବା ଦରକାର । ବିମାନ ଚଳାଚଳ ଅଧିକ ଦିନ ବନ୍ଦ ରଖିବା ସମ୍ଭବ ହୋଇନଥିବାରୁ କିପରି ସାମାଜିକ ଦୂରତା ରଖି ବିମାନ ସେବା ଆରମ୍ଭ କରିହେବ, ସେଥିପାଇଁ ଡିଜିସିଏ ଏକ ଗାଇଡଲାଇନ ପ୍ରସ୍ତୁତ କରୁଛି । ଏଥିରେ ଯାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତା ରଖିବା ଭଳି ନିୟମ ରହିବ । ବିମାନ କମ୍ପାନୀ ଗୁଡ଼ିକ ମଧ୍ୟ ସାମାଜିକ ଦୂରତା ରକ୍ଷା କରି ବିମାନ ଚଳାଚଳ କରିବାକୁ ପ୍ରସ୍ତୁତ ହେବାକୁ କୁହାଯାଇଛି ।